କାର୍ତିକଙ୍କ ବିଶ୍ବକପ୍‌ ସୁ‌ଯୋଗ ପଛରେ ‌େକ‌ାହଲିଙ୍କ ହାତ!

ନୂଆଦିଲ୍ଲୀ: ଭାରତୀୟ ବିଶ୍ବକପ୍‌ ଦଳରେ ଅଭିଜ୍ଞ ୱିକେଟ୍‌ରକ୍ଷକ ଦୀନେଶ କାର୍ତିକଙ୍କୁ ସାମିଲ କରାଯିବା ପଛରେ ଅଧିନାୟକ ବିରାଟ କୋହଲିଙ୍କ ସମର୍ଥନ ଥିବା କଥା‌ ଏବେ ଗୁଜବ ଭଳି ବୁଲୁଛି। ୧୫ ଜଣିଆ ଦଳରେ ଯୁବ ୱିକେଟ୍‌ରକ୍ଷକ ଋଷବ ପନ୍ତ୍‌ଙ୍କ ବଦଳରେ କାର୍ତିକଙ୍କୁ ସାମିଲ କରାଯିବାକୁ ନେଇ ଦ୍ବନ୍ଦ୍ବ ଦେଖାଯିବା ପରେ କୋହଲିଙ୍କ ଭୋଟ୍‌ ହିଁ ନିର୍ଣ୍ଣାୟକ ହୋଇଥିଲା ବୋଲି ଏଥିରେ କୁହାଯାଇଛି। ମହେନ୍ଦ୍ର ସିଂହ ଧୋନିଙ୍କ ପରେ ଦ୍ବିତୀୟ ୱିକେଟ୍‌ରକ୍ଷକ ବ୍ୟାଟ୍‌ମସ୍ୟାନ୍‌ ଭାବେ ଦୀନେଶ କାର୍ତିକଙ୍କୁ ଗତ ୧୫ ତାରିଖରେ ଭାରତୀୟ ଦଳରେ ମନୋନୀତ କରାଯାଇଥିଲା। ତେବେ ପନ୍ତ୍‌ଙ୍କୁ ସୁଯୋଗ ନ ଦିଆଯିବାରୁ କିଛି ପୂର୍ବତନ ଖେଳାଳି ଏହାକୁ ନାପସନ୍ଦ କରିଥିଲେ। ନିକଟ ଅତୀତରେ କାର୍ତିକଙ୍କ ସଫଳ ଫିନିସିଂ ଭୂମିକା ତାଙ୍କ ସପକ୍ଷରେ ରହିଥିଲା। କିଛି ମ୍ୟାଚ୍‌କୁ‌ ସେ ଜିତାଇଥିଲେ। ଯେଉଁଥିରେ ସେ ଗତବ‌ର୍ଷ ନିଦହାସ ଟ୍ରଫିରେ ବାଂଲାଦେଶ ବିପକ୍ଷ ଶେଷ ବଲ୍‌ ଛକା ସାମିଲ ଥିଲା। ତେବେ ଉଭୟଙ୍କ ମଧ୍ୟରେ କାର୍ତିକ ଭଲ ୱିକେଟ୍‌ରକ୍ଷକ ବୋଲି ସୁଯୋଗ ପାଇଥିବା ମୁଖ୍ୟ ଚୟନକର୍ତା ଏମଏସ୍‌କେ ପ୍ରସାଦ ଯୁକ୍ତି ବାଢ଼ିଥିଲେ।

ସମ୍ବନ୍ଧିତ ଖବର