ଭୁବନେଶ୍ବର: ପୁରୁଣା ଭୁବନେଶ୍ବରର ଟାଉନ୍ କ୍ଲବ୍ ପକ୍ଷରୁ ବିଗତ ବର୍ଷଗୁଡ଼ିକ ଭଳି ଗ୍ରୀଷ୍ମକାଳୀନ କ୍ରିକେଟ୍ ଶିବିର ଆୟୋଜିତ ହୋଇଛି। ଏଥରରର ଶିବିରରେ କିନ୍ତୁ ନିଆରା ଢଙ୍ଗରେ କ୍ରିକେଟ୍ ଦକ୍ଷତା ବିକାଶ ଉପରେ ଗୁରୁତ୍ବ ପ୍ରଦାନ କରାଯିବ। ଏପ୍ରିଲ୍ ୧୮ ତାରିଖରୁ ମେ’ ୨ ତାରିଖ ପର୍ଯ୍ୟନ୍ତ ଦୁଇଟି ବୟସ ବର୍ଗର ଖେଳାଳି (୧୦ରୁ ୧୪ ବର୍ଷ ଏବଂ ୧୫ରୁ ୧୯ ବର୍ଷ) ଏଥିରେ ଭାଗ ନେବେ। ବିସିସିଆଇ ତଥା ଭାରତୀୟ କ୍ରୀଡ଼ା ପ୍ରାଧୀକରଣ (ସାଇ)ର ଅଭିଜ୍ଞ ପ୍ରଶିକ୍ଷକ ମୀର ସୟଦଉଦ୍ଦିନ୍ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ପରିଚାଳିତ ହେବାକୁ ଥିବା ଏହି ସ୍ବତନ୍ତ୍ର ଶିବିର ଟାଉନ୍ କ୍ଲବ୍ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ଏହାର କ୍ରୀଡ଼ା ସମ୍ପାଦକ ମନୋଜ କୁମାର ମହାପାତ୍ର ଜଣାଇଛନ୍ତି। ସୟଦଉଦ୍ଦିନଙ୍କ ସହିତ ବିଭିନ୍ନ ଦିବସରେ ଅଭିଜ୍ଞ ଅଫସ୍ପିନର ସନ୍ଦୀପ ରଥ ଏବଂ ବହୁ ପୂର୍ବତନ ରଣଜୀ ତାରକା ବି ଏହି ଶିବିରରେ ପ୍ରଶିକ୍ଷଣ ପ୍ରଦାନ କରିବେ। ଆଗ୍ରହୀ ଖେଳାଳି କିମ୍ବା ଅଭିଭାବକମାନେ ଶ୍ରୀ ମହାପାତ୍ରଙ୍କ ସହିତ ୯୪୩୮୫ ୮୫୯୫୧ ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
କ୍ରିକେଟ୍ ଦକ୍ଷତା ବିକାଶ ଶିବିର
/sambad/media/post_attachments/wp-content/uploads/2019/04/crick.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)