ଭୁବନେଶ୍ବର: ୟୁନିଟ୍-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ଟାଟା ଉତ୍କଳିକା କପ୍ ଫୁଟ୍ବଲ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ଫାଓ ଏକାଦଶ ପହଞ୍ଚିଛି। ୟୁନିଟ୍-୬ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଗୁରୁବାର ଖେଳାଯାଇଥିବା ତୃତୀୟ କ୍ବାର୍ଟର୍ ଫାଇନାଲ୍ରେ କଟକର ସାଇ ହଷ୍ଟେଲ ୧-୦ ଗୋଲ୍ରେ ଆଇଜିଏଚ୍ ରାଉରକେଲାକୁ ପରାସ୍ତ କରିଥିଲା। ମ୍ୟାଚ୍ର ଦଶମ ମିନିଟ୍ରେ ସାକିବ ସେହଜାଦ ଗୋଲ୍ ଦେଇ କଟକ ଦଳକୁ ଆଗୁଆ କରିଥିଲେ। ରାଉରକେଲା ଏହି ଗୋଲ୍କୁ ଶୁଝିବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲା। ଫାଓ ଏକାଦଶ ଗୋଲ୍ରକ୍ଷକ ଆଲୋକ ଏକ୍କାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମୁଖ୍ୟ ଅତିଥି ଅକ୍ଷୟ କୁମାର ଦାସ ପ୍ରଦାନ କରିଥିଲେ। ସୁଦୀପ ଦାସ, ଚନ୍ଦ୍ରକାନ୍ତ ବାରିକ, ରାଜେନ୍ଦ୍ର ବାରିକ, ପ୍ରଦୀପ୍ତ ନାୟକ ମ୍ୟାଚ୍ ପରିଚାଳନା କରିଥିଲେ। ଶୁକ୍ରବାର ଶେଷ କ୍ବାର୍ଟର ଫାଇନାଲ୍ରେ ଗତବର୍ଷର ଉପବିଜେତା ଟାଟା ଫୁଟ୍ବଲ୍ ଏକାଡେମି (ଜାମସେଦପୁର) ଏବଂ କେରଙ୍ଗର ଅହମଦିଆ କ୍ଲବ୍ ମୁହାଁମୁହିଁ ହେବେ।