ନୂଆଦିଲ୍ଲୀ: ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ୍ ଶୃଙ୍ଖଳା ପାଇଁ ନ୍ୟୁଜିଲାଣ୍ତ ୧୩ ଜଣିଆ ଦଳ ଘୋଷଣା କରିଛି। ଏହି ଦଳରେ ଟ୍ରେଣ୍ଟ ବୋଲ୍ଟ ଓ କାଇଲ୍ ଜାମିସନ୍ଙ୍କ ସ୍ଥାନ ପାଇଛନ୍ତି। ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଖେଳିବା ସମ୍ଭାବନା ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ବକ୍ସି˚ ଡେ’ ଟେଷ୍ଟ୍ ବେଳେ ହାତ ହାଡ଼ ଭାଙ୍ଗିଯିବାରୁ ସେ ଦଳଠୁ ଦୂରରେ ଥିଲେ। ଯାହାଫଳରେ ଭାରତ ବିପକ୍ଷ ସୀମିତ ଓଭର ମ୍ୟାଚଗୁଡ଼ିକରେ ସେ ଖେଳିପାରିନଥିଲେ।
ଅନ୍ୟପକ୍ଷରେ ନିକଟରେ ଆନ୍ତର୍ଜାତିକ ଦିନିକିଆରେ ପଦାର୍ପଣ କରିଥିବା ଦ୍ରୁତ ବୋଲର କାଇଲ୍ ଜାମିସନ୍ ଟେଷ୍ଟ୍ ମ୍ୟାଚରେ ଖେଳିବାକୁ ସୁଯୋଗ ପାଇବେ। ଦଳର ପ୍ରଶିକ୍ଷକ ଜନ୍ ଷ୍ଟିଡ୍ କହିଛନ୍ତି ଯେ, ଦିନିକିଆ ଶୃଙ୍ଖଳାରେ କାଇଲ୍ ସମସ୍ତଙ୍କୁ ପ୍ରଭାବିତ କରିଥିଲାବେଳେ ନିଜ ଉଚ୍ଚତାର ଫାଇଦା ଉଠାଇ ଅତିରିକ୍ତ ବାଉନ୍ସ ପାଇପାରୁଛନ୍ତି। େଵଲିଂଟନ୍ ପିଚ୍ରେ ଏହି ବାଉନ୍ସର ଫରକ ଦେଖିବାକୁ ମିଳିବ। ଏଥିସହିତ ଟଡ୍ ଆଷ୍ଟଲେଙ୍କ ବଦଳରେ ସ୍ପିନର ଅଜାଜ୍ ପଟେଲ୍ଙ୍କୁ ଦଳରେ ନିଆଯାଇଛି। ଅଜାଜ୍ ଦେଶ ବାହାରେ ଭଲ ପ୍ରଦର୍ଶନ ଦେଇଆସୁଥିଲାବେଳେ ତାଙ୍କର ଘରୋଇ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିବା ଷ୍ଟିଡ୍ କହିଛନ୍ତି। ଏଥିସହିତ ଦଳରେ ଅଲରାଉଣ୍ତର ଭାବେ ଡାରି ମିଚେଲଙ୍କୁ ସ୍ଥାନ ଦିଆଯାଇଛି। ପ୍ରାରମ୍ଭିକ ବ୍ୟାଟି˚ ପାଇଁ ଟମ୍ ଲଥାମଙ୍କ ସହ ଟମ୍ ବ୍ଲଣ୍ତେଲଙ୍କୁ ସୁଯୋଗ ମିଳିବ। ମଙ୍ଗଳବାର ଦଳ େଵଲିଂଟନ୍ ପହଞ୍ଚିବା ପରେ ବେସିନ୍ ରିଜର୍ଭଠାରେ ଶୁକ୍ରବାରଠୁ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହେବ।
ନ୍ୟୁଜିଲାଣ୍ତ ଦଳ: କେନ୍ ଵିଲିୟମସନ୍ (ଅଧିନାୟକ), ଟମ୍ ବ୍ଲଣ୍ତେଲ, ଟ୍ରେଣ୍ଟ ବୋଲ୍ଟ, କଲିନ୍ ଡି ଗ୍ରାଣ୍ତହୋମ, କାଇଲ୍ ଜେମିସନ୍, ଟମ୍ ଲଥାମ, ଡାରିଲ ମିଚେଲ୍, ହେନ୍ରି ନିକୋଲସ୍, ଅଜାଜ ପଟେଲ, ଟିମ୍ ସାଉଦି, ରସ ଟେଲର, ନିଲ୍ ଵାଗନର, ବିଜେ ଵାଟଲିଙ୍ଗ।