ବିଡବ୍ଲୁଏଫ୍‌ ପୁରୁଷ ଏକକ ମାନ୍ୟତା, ଶୀର୍ଷ ୨୦ରେ ୫ ଭାରତୀୟ

ନୂଆଦିଲ୍ଲୀ: ଗୁରୁବାର ଘୋଷିତ ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ସଂଘ (ବିଡବ୍ଲୁଏଫ୍‌) ପୁରୁଷ ଏକକ ମାନ୍ୟତା ଶୀର୍ଷ ୨୦ ଭିତରେ ୫ ଭାରତୀୟଙ୍କୁ ସ୍ଥାନ ମିଳିଛି। ଶ୍ରେଷ୍ଠ ଭାରତୀୟ ଭାବେ କିଦାମ୍ବି ଶ୍ରୀକାନ୍ତ ଅଷ୍ଟମ ସ୍ଥାନରେ ରହିଛନ୍ତି। ଗତ ସପ୍ତାହରେ ଜାପାନ୍‌ ଓପନ୍‌ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଥିବା ଏଚ୍‌ଏସ୍‌ ପ୍ରଣୟ ପଞ୍ଚଦଶ, ବି ସାଇ ପ୍ରଣିତ ସପ୍ତଦଶ, ସମୀର ବର୍ମା ଊନବିଂଶ ଏବଂ ଅଜୟ ଜୟରାମ ବିଂଶ ସ୍ଥାନରେ ରହିଛନ୍ତି। ସେହିପରି ମହିଳା ଏକକରେ ପିଭି ସିନ୍ଧୁ ପୂର୍ବପରି ଦ୍ୱିତୀୟରେ ଏବଂ ସାଇନା ନେହଓ୍ଵାଲ ଦ୍ୱାଦଶ ସ୍ଥାନରେ ରହିଛନ୍ତି। ଜାପାନ ଓପନ୍‌ ମିଶ୍ରିତ ଯୁଗଳ ସେମିଫାଇନାଲ୍‌ରେ ପହଞ୍ଚିଥିବା ଏନ୍‌ ସିକ୍କି ରେଡ୍ଡୀ ଓ ପ୍ରଣବ ଜେରି ଚୋପ୍ରା ଦୁଇଟି ସ୍ଥାନ ଉପରକୁ ଉଠି ସପ୍ତଦଶ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର