ସୁମିତ୍ରା ପାଇବେ ଶାନ୍ତି ପୁରସ୍କାର

ଭୁବନେଶ୍ୱର(ଇମିସ): ଓଡ଼ିଶାର ଉଦୀୟମାନ ରଗ୍‌ବି ଖେଳାଳି ସୁମିତ୍ରା ନାୟକ ଅନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି। ଏହି ପୁରସ୍କାର ପ୍ରତିବର୍ଷ ୧୨ରୁ ୧୭ ବର୍ଷ ବୟସର ପିଲାଙ୍କୁ ଶିଶୁ ଅଧିକାର କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ମିଳିଥାଏ। ଚଳିତ ବର୍ଷ ଏହି ପୁରସ୍କାର ଲାଗି ୧୦ ଜଣ ପିଲାଙ୍କ ନାଁ ସୁପାରିସ ହୋଇଥିଲା। ସେଥିମଧ୍ୟରୁ ସୁମିତ୍ରା ବଛା ହୋଇଥିଲେ। କିସ୍‌ରେ ପଢ଼ୁଥିବା ସୁମିତ୍ରା ୨୦୦୯ରୁ ରଗ୍‌ବି ଖେଳିବା ଆରମ୍ଭ କରିଥିଲେ।

୩ ବର୍ଷ ପରେ ଅର୍ଥାତ୍‌ ୨୦୧୨ରେ ସେ ପ୍ରଥମ ଥର ପାଇଁ ରାଜ୍ୟ ଦଳର ପ୍ରତିନିଧିତ୍ୱ କରିଥିଲେ। ଜାତୀୟ ପ୍ରତିଯୋଗିତା ଏବଂ ଜାତୀୟ କ୍ରୀଡ଼ା ଖେଳିଥିବା ସୁମିତ୍ରା ଗତବର୍ଷ ଦୁବାଇରେ ଅନୁଷ୍ଠିତ ହୋଇଥିବା ୧୮ ବର୍ଷରୁ କମ୍‌ ଏସୀୟ ବାଳିକା ରଗବି ସେଭେନ୍ସରେ କାଂସ୍ୟ ଜିତିଥିବା ଭାରତ୍ର ଦଳର ସଦସ୍ୟ ଥିଲେ। ସଂପ୍ରତି ସେ ୧୭ ବର୍ଷରୁ କମ୍‌ ଭାରତୀୟ ବାଳିକା ରଗବି ଦଳର ଅଧିନାୟିକା ଅଛନ୍ତି।

ସମ୍ବନ୍ଧିତ ଖବର