ସୁରେଶ ରୈନାଙ୍କ ଅର୍ଦ୍ଧଶତକ, ରାଜସ୍ଥାନକୁ ୧୭୭ ରନର ଲକ୍ଷ୍ୟ ଦେଲା ଚେନ୍ନାଇ

ଜୟପୁର : ସ୍ଥାନୀୟ ସବାଇ ମାନସିଂ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ଏକ ଗୁରୁତ୍ୱପୂର୍ଣ୍ଣ ଲିଗ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନ ରୟାଲ୍ସ ଆଗରେ ୧୭୭ ରନର ଲକ୍ଷ୍ୟ ରଖିଛି । ଚେନ୍ନାଇ ପ୍ରଥମେ ଟସ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଓପନର ସେନ ଓ୍ଵାଟସନ ଓ ଅମ୍ବାତି ରାଇଡୁ ଇନିଙ୍ଗସର ଦ୍ରୁତ ଆରମ୍ଭ କରିଥିଲେ ମଧ୍ୟ ଦଳର ସ୍କୋର ୧୯ ହୋଇଥିବାବେଳେ ରାଇଡୁ ମାତ୍ର ୧୨ ରନ କରି ଜେଫ୍ରା ଆର୍ଚରଙ୍କ ବଲରେ ଆଉଟ ହୋଇଥିଲେ । ତେବେ ସେନ ଓ୍ଵାଟସନ ସୁରେଶ ରାଇନାଙ୍କ ସହ ମିଶି ଦଳର ଇଂନିଙ୍ଗସ ଆଗକୁ ବଢାଇଥିଲେ । ଓ୍ଵାଟସନ ୩୧ ବଲରେ ୩୯ ରନ ଓ ରାଇନା ମାତ୍ର ୩୫ ବଲରେ ୫୨ ରନ କରିଥିଲେ । ଅଧିନାୟକ ଧୋନି ୨୩ ବଲରେ ୩୩ ରନ କରିଥିବାବେଳେ ସାମ ବିଲିଙ୍ଗସ ୨୭ ରନ କରିଥିଲେ । ଏହା ଫଳରେ ଦଳ ୪ ଓ୍ଵିକେଟ ହରାଇ ୧୭୬ ରନ କରିଛି ।

ଚେନ୍ନାଇ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳି ୭ ବିଜୟ ଓ ୩ ପରାଜୟ ସହ ୧୪ ପଏଣ୍ଟ ପାଇ ପ୍ଲେ ଅଫ ଖେଳିବା ପ୍ରାୟତଃ ନିଶ୍ଚିତ କରିଛି । ଅନ୍ୟପକ୍ଷରେ ରାଜସ୍ଥାନ ୧୦ଟି ମ୍ୟାଚ ଖେଳି ୪ ବିଜୟ ଓ ୬ ପରାଜୟ ସହ ୮ ପଏଣ୍ଟ ପାଇ ୬ଷ୍ଠ ସ୍ଥାନରେ ଅଛି । ପ୍ଲେ ଅଫକୁ ଯିବାକୁ ହେଲେ ରାଜସ୍ଥାନକୁ ଏହି ମ୍ୟାଚ ଜିତିପାକୁ ପଡିବ ।

ସମ୍ବନ୍ଧିତ ଖବର