ଭୁବନେଶ୍ବର: ପ୍ରତିଭାସମ୍ପନ୍ନ ଯୁବ ବ୍ୟାଟ୍ସମ୍ୟାନ୍ ସ୍ବସ୍ତିକ ସାମଲ ଏବ˚ ରାଜ୍ୟର ଦୁଇ ପ୍ରତିଷ୍ଠିତ ଅମ୍ପାୟାର୍ ସତ୍ୟେନ୍ଦ୍ର ମୋହନ ମହାନ୍ତି ଓ ଅନନ୍ତ ବାସୁଦେବ ମିଶ୍ରଙ୍କୁ ଚଳିତ ବର୍ଷର ‘ସରୋଜ ମହାସୁଆର ସ୍ମୃତି ସମ୍ମାନ’ ପ୍ରଦାନ କରାଯିବ। ୧୬ ବର୍ଷ ଧରି ପ୍ରଦାନ କରାଯାଉଥିବା ଏହି ସମ୍ମାନର ଯୁବ କ୍ରିକେଟର୍ ବର୍ଗ ଲାଗି ସ୍ବସ୍ତିକ ଏବ˚ ଶ୍ରେଷ୍ଠ ଅମ୍ପାୟାର୍ ଭାବେ ସତ୍ୟେନ୍ଦ୍ର ଓ ଅନନ୍ତଙ୍କୁ ଯୁଗ୍ମ ଭାବେ ପ୍ରଦାନ କରିବାକୁ ମନୋନୀତ କରାଯାଇଛି। ସରୋଜ ମହାସୁଆର ସ୍ମୃତି କମିଟି ଏବ˚ କିଛି ବରିଷ୍ଠ କ୍ରୀଡ଼ା ସାମ୍ବାଦିକଙ୍କୁ ନେଇ ଗଠିତ ପୁରସ୍କାର କମିଟି ଏମାନଙ୍କୁ ବାଛିଥିଲେ। ସେପ୍ଟେମ୍ବର ୧୫ ତାରିଖ (ରବିବାର) ଏହି ପୁରସ୍କାର ପ୍ରଦାନ ଉତ୍ସବ ପୁରୁଣା ଭୁବନେଶ୍ବରସ୍ଥିତ ଟାଉନ୍ କ୍ଲବ୍ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ସ୍ମୃତି କମିଟି ଆବାହକ ମନୋଜ ମହାପାତ୍ର ସୂଚନା ଦେଇଛନ୍ତି।
ଭାରତୀୟ ଯୁବ ଦଳର ଦ୍ବାରଦେଶରେ ପହଞ୍ଚିଥିବା ସ୍ବସ୍ତିକ ୨୦୧୬-୧୭ ଋତୁରୁ ଓଡ଼ିଶା ପାଇଁ ଘରୋଇ କ୍ରିକେଟ୍ ଖେଳୁଛନ୍ତି। ନିରଂତର ପ୍ରଦର୍ଶନ ବଳରେ ଜେଡସିଏ ଏବଂ ଏନସିଏ ଶିବିରକୁ ଡକରା ପାଉଛନ୍ତି। ଗତ ଋତୁରେ ସ୍ବସ୍ତିକ ୪୫୨ ରନ୍ ସହିତ ରାଜ୍ୟର ଅଗ୍ରଣୀ ସ୍କୋରର୍ ରହିଥିଲେ। ଏନ୍ସିଏ ଡକରା ସହିତ ୧୯ ବର୍ଷରୁ କମ୍ ଚାଲେଞ୍ଜର ଟ୍ରଫି ଦଳରେ ସ୍ଥାନ ପାଇଥିଲେ। ବରିଷ୍ଠ ବର୍ଗର ସୟଦ ମୁସ୍ତାକ୍ ଅଲୀ ଟ୍ରଫି ଦଳରେ ବି ସ୍ଥାନ ପାଇଥିଲେ। ରାଜ୍ୟ ବିନୁ ମଙ୍କଡ, କୁଚ ବେହାର ଟ୍ରଫି ଦଳର ନେତୃତ୍ବ ବି ସମ୍ଭାଳିଥିଲେ। ୨୩ ବର୍ଷରୁ କମ୍ ସିକେ ନାୟିଡୁ ଦଳରୁ ବି ଖେଳିଥିଲେ। ରାଉରକେଲା ଛେଣ୍ଡ କଲୋନିର ପୀୟୂଷ ପ୍ରକାଶ ସାମଲ, ମଧୁସ୍ମିତା ସାମଲଙ୍କ ପୁଅ ସ୍ବସ୍ତିକ ଶୀର୍ଷକ୍ରମ ବ୍ୟାଟସମ୍ୟାନ୍ ଭାବେ ସର୍ବୋଚ୍ଚ ସ୍ତରରେ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ସେହିଭଳି ବିଗତ ତିନି ଦଶନ୍ଧୀ ଧରି ରାଜ୍ୟରେ କ୍ରିକେଟ୍ ଅମ୍ପାୟାରି˚ କରି ଆସୁଛନ୍ତି ସତ୍ୟେନ୍ଦ୍ର ମୋହନ ମହାନ୍ତି ଏବଂ ଅନନ୍ତ ବାସୁଦେବ ମିଶ୍ର। ନିମାପଡ଼ା ନିବାସୀ ୫୪ ବର୍ଷୀୟ ସତ୍ୟେନ୍ଦ୍ର ୧୯୯୨ ମସିହାରୁ ଏବଂ ଭୁବନେଶ୍ବର ନିବାସୀ ୪୯ ବର୍ଷୀୟ ଅନନ୍ତ ୧୯୯୦ ମସିହାରୁ ଅମ୍ପାୟାରିଂ କରି ଆସୁଛନ୍ତି। ଓଡ଼ିଶା କ୍ରିକେଟ୍ ସଂଘ ପ୍ୟାନେଲ୍ ଅମ୍ପାୟାର୍ ଭାବେ ଉଭୟ ଅନ୍ତଃଜିଲ୍ଲା, ଅନ୍ତଃବିଦ୍ୟାଳୟ, ଅନ୍ତଃମହାବିଦ୍ୟାଳୟ, ରାଜ୍ୟସ୍ତରୀୟ, ସର୍ବଭାରତୀୟ ପ୍ରତିଯୋଗିତାଗୁଡ଼ିକରେ ମ୍ୟାଚ୍ ପରିଚାଳନା କରିଆସୁଛନ୍ତି।
ସୂଚନାଯୋଗ୍ୟ, ଶ୍ରେଷ୍ଠ ଯୁବ କ୍ରିକେଟ୍ର ପୁରସ୍କାରକୁ ପୂର୍ବରୁ ୨୦୦୪ରେ ଦୀପକ ମଙ୍ଗରାଜ, ୨୦୦୫ରେ ପରେଶ ପଟେଲ, ୨୦୦୬ରେ ଆତୀଶ ଜେନା, ୨୦୦୭ରେ ଆଲୋକ ସାହୁ-ଆଲୋକ ମଙ୍ଗରାଜ, ୨୦୦୮ରେ ହଳଧର ଦାସ, ୨୦୦୯ରେ ବସନ୍ତ ମହାନ୍ତି, ୨୦୧୦ରେ ନଟରାଜ ବେହେରା, ୨୦୧୧ରେ ସୌମେନ୍ଦ୍ର ଦାସ, ୨୦୧୨ରେ ମାଧୁରୀ ମେହେଟା, ୨୦୧୩ରେ ରୋସନାରା ପରବିନ୍, ୨୦୧୪ରେ ସ୍ବାଗତିକା ରଥ, ୨୦୧୫ରେ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ, ୨୦୧୬ରେ ର˚ଜିତ ସି˚ହ, ୨୦୧୭ରେ ପ୍ରୀତ୍ ସି˚ହ କଁଵର, ୨୦୧୮ରେ ରଘୁନାଥ ମଲ୍ଲଙ୍କୁ ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ଅମ୍ପାୟାର ପୁରସ୍କାରକୁ ବିଗତ ବର୍ଷ ଗୁଡିକରେ ଅରୁଣ କୁମାର ବାସା, ସୁବ୍ରତ ଦାସ, ମାରିଓ ଫ୍ରାନସିସ୍, ବିଭୂ ଶତପଥୀ, ପରାସର ବିଶ୍ବାଳ, ଚଣ୍ତୀପ୍ରସନ୍ନ ମହାପାତ୍ର, ଅସିତ ପଟ୍ଟନାୟକ, ପବିତ୍ର ପ୍ରଧାନ, ଶରତ କୁମାର ସାହୁ, ନିର୍ମଳ ମିଶ୍ର ପାଇଥିଲେ। ସୂଚନାଯୋଗ୍ୟ, ଜଣାଶୁଣା ଅମ୍ପାୟାର ସରୋଜ ମହାସୁଆର ୨୦୦୨ ମସିହାରେ କଟକରେ ଅନ୍ତଃଜିଲା ପ୍ରତିଯୋଗିତାର ଏକ ମ୍ୟାଚ୍ ପରିଚାଳନା କରି ଭୁବନେଶ୍ବର ଫେରୁଥିବା ବେଳେ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/srhgshdtnjhgdnfgmkfhhmhmfgymjfhnmhn.jpg)