ଏମିତି ବୋଲିଂ କଲେ କେବଳ ପରାଜୟ ହିଁ ମିଳିଥାଏ: କୋହଲି

ବେଙ୍ଗାଲୁରୁ: ଶୁକ୍ରବାରର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବୋଲର ଅତ୍ୟନ୍ତ ଦୁର୍ବଳ ବୋଲିଂ କରିଥିଲେ। ଶେଷ ୭ ଓଭରରୁ କୋଲକାତା ନାଇଟ୍ ରାଇଡର୍ସକୁ ବିଜୟ ପାଇଁ ୯୦ରୁ ଅଧିକ ରନ୍‌ ଦରକାର ଥିଲା ବେଳେ ରସେଲଙ୍କ ଧମାକାଦାର ବ୍ୟାଟିଂ ପରେ କୋଲକାତା ଏହାକୁ ୫ ବଲ୍ ପୂର୍ବରୁ ହାସଲ କରି ନେଇଥିଲା। ଶେଷ ୭ ଓଭରରୁ ବିଜୟ ପାଇଁ ୯୦ ରନ୍ ଥିଲା ବେଳେ କୌଣସି ଦଳ ବିଜୟୀ ହେବାରେ ଆଇପିଏଲ୍ ଇତିହାସର ଏହା ନବମ ଘଟଣା ଥିଲା। ବେଙ୍ଗାଲୁରୁ ଷଷ୍ଠ ଥର ପାଇଁ ଏଭଳି ମ୍ୟାଚ୍ ହାରିଥିଲା। ଯାହା ଅଧିନାୟକ ବିରାଟ କୋହଲିଙ୍କୁ ଅତ୍ୟନ୍ତ ବ୍ୟଥିତ କରିଥିଲା। ମ୍ୟାଚ୍ ପରବର୍ତୀ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ବିରାଟ ନିଜ ମନର ବେଦନା ଖୋଲି କହିଥିଲେ। ସେ କହିଥିଲେ ଏଭଳି ବୋଲିଂ କଲେ କେବଳ ପରାଜୟ ହିଁ ମିଳିଥାଏ। ନିର୍ଣ୍ଣାୟକ ମୋଡ଼ରେ ଯଦି ସବୁବେଳେ ଏମିତି ହୁଏ, ତାହାଲେ ସଂପ୍ରତି ଆମେ ଯେଉଁ ସ୍ଥିତିରେ ଅଛୁ, ଆମେ ତାର ହକ୍‌ଦାର। ଏହା ପଛରେ କୌଣସି ବଡ଼ ବିଜ୍ଞାନ ନାହିଁ। ଯେମିତି କ୍ରିକେଟ୍ ଖେଳିବା କଥା, ଆମେ ଏ ପର୍ଯ୍ୟନ୍ତ ସେମିତି ଖେଳି ନାହୁଁ। ଶେଷ ୪ ଓଭରରେ ଆମକୁ ଆହୁରି ଯତ୍ନବାନ ହେବାକୁ ହେବ। ଚାପକୁ ସହିବାକୁ ହେବ। ତା ଆଗରେ ଆତ୍ମସମର୍ପଣ ନକଲେ ଭଲ।

ସମ୍ବନ୍ଧିତ ଖବର