ଓ୍ଵାଟସନଙ୍କ ବିସ୍ଫୋରକ ଶତକ, ରାଜସ୍ଥାନ ରୟାଲ୍ସ ଆଗରେ ୨୦୫ ରନର ଲକ୍ଷ୍ୟ ରଖିଲା ଚେନ୍ନାଇ ସୁପର କିଙ୍ଗସ

ପୁନେ : ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଆରମ୍ଭ ହୋଇଥିବା ଆଇପିଏଲ ୨୦୧୮ର ଏକ ଲିଗ୍‌ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ରାଜସ୍ଥାନ ରୟାଲ୍ସ ଆଗରେ ୨୦୫ ରନର ବିଶାଳ ଲକ୍ଷ୍ୟ ରଖିଛି । ମ୍ୟାଚର ପ୍ରଥମ ଇନିଙ୍ଗସର ମୁଖ୍ୟ ଆକର୍ଷଣ ଥିଲା ସେନ ଓ୍ଵାଟସନଙ୍କ ବିସ୍ପୋରକ ଶତକ । ଓ୍ଵାଟସନଙ୍କ ୫୭ ବଲରେ ୧୦୬ ରନ ବଳରେ ଚେନ୍ନାଇ ସୁପରକିଙ୍ଗସ ୫ ଓ୍ଵିକେଟ ହରାଇ ଏହି ୨୦୪ ରନ ସ୍କୋର କରିଥିଲା ।

ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସର ଅଧିନାୟକ ଆଜିଙ୍କ୍ୟ ରାହାଣେ ଟସ ଜିତି ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଚେନ୍ନାଇ ସୁପରକିଙ୍ଗସ ତରଫରୁ ସେନ ଓ୍ଵାଟସନ ଓ ଅମ୍ବାତି ରାୟଡୁ ଓପନିଂ କରିବାକୁ ଆସି ଆରମ୍ଭରୁ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ । ବିଶେଷକରି ସେନ ଓ୍ଵାଟସନ ମୂଳରୁ ହିଁ ବିସ୍ପୋରକ ବ୍ୟାଟିଂ କରିଥିଲେ । ସେ ୬ଟି ଛକା ଓ ୯ଟି ଚୌକା ବଳରେ ୧୦୬ ରନ କରିଥିଲେ । ତେବେ ୪.୩ ଓଭରରେ ଅନ୍ୟତମ ଓପନର ରାୟଡୁ ୮ ଟି ବଲରେ ୧୨ ରନ କରି ଆଉଟ ହୋଇଥିଲେ । ସେ ଲଗଲିନଙ୍କ ବଲରେ ବଟଲଙ୍କ ହାତରେ ଧରାପଡିଥିଲେ । ରାୟଡୁ ଆଉଟ ହେବାପରେ ସୁରେଶ ରାଇନା ବ୍ୟାଟିଂ କରିବାକୁ ଆସି ୨୯ ବଲରେ ୪୬ ରନ ସଂଗ୍ରହ କରି ସ୍ରେୟାସ ଗୋପାଲଙ୍କ ବଲରେ ଆଉଟ ହୋଇଥିଲେ । ଶେଷ ବେଳକୁ ଡ୍ଵାଇନ ବ୍ରାଭୋ ଆସି ୧୬ ବଲରେ ୨୪ ରନ ସଂଗ୍ରହ କରିଥିଲେ । ରାଜସ୍ଥାନ ତରଫରୁ ଶ୍ରେୟାସ ଗୋପାଲ ୪ ଓଭରରେ ୨୦ ରନ ଦେଇ ୩ଟି ଓ୍ଵିକେଟ ସଂଗ୍ରହ କରିଥିଲେ । ସେହିପରି ବେନ ଲଗଲିନ ୩୮ ରନ ଦେଇ ୨ ଓ୍ଵିକେଟ ସଂଗ୍ରହ କରିଥିଲେ ।

ସମ୍ବନ୍ଧିତ ଖବର