କୀର୍ତ୍ତିମାନ ଆଡ଼କୁ ପେନାଲ୍ଟି କିକ୍‌:ସର୍ବାଧିକ ୧୮, ମସ୍କୋରେ ହେଲାଣି ୧୪

ଗୋଲ୍‌ ଉତ୍ସବ ପାଇଁ ଅଡ଼ୁଆ
ମସ୍କୋ,: ଭିଡିଓ ଆସିଷ୍ଟ ରେଫରି ବା ଭାର୍‌ ବୈଷୟିକ ଜ୍ଞାନ କୌଶଳର ଉପଯୋଗ ପରେ ମସ୍କୋ ଫିଫା ବିଶ୍ୱକପ୍‌ରେ ପେନାଲ୍ଟି ବା ପେନାଲ୍ଟି କିକ୍‌ ସଂଖ୍ୟା ପୂର୍ବର ସବୁ ସଂସ୍କରଣକୁ ଟପି ଯିବାର ଆଶଙ୍କା ଦେଖା ଦେଇଛି। ଶନିବାରର କୋରିଆ-ମେକ୍ସିକୋ ମ୍ୟାଚ୍‌ ସୁଦ୍ଧା ଏହି ସଂଖ୍ୟା ୧୪ରେ ପହଞ୍ଚିଛି। ପ୍ରତିଯୋଗିତାର ପ୍ରଥମ ୨୭ ମ୍ୟାଚ୍‌ରେ ୧୩ଟି ପେନାଲ୍ଟି ଦେଖିବାକୁ ମିଳିବା ଫୁଟବଲ୍‌ ପଣ୍ଡିତଙ୍କୁ ବି ବିସ୍ମିତ କରିଛି। କାରଣ ୨୦୧୪ରେ ବ୍ରାଜିଲ୍‌ରେ ଖେଳା ଯାଇଥିବା ବିଶ୍ୱକପ୍‌ର ଗତ ସଂସ୍କରଣରେ ମାତ୍ର ୧୩ ପେନାଲ୍ଟି ଦେଖିବାକୁ ମିଳିଥିଲା। ୨୦୦୨ ଦକ୍ଷିଣ କୋରିଆ ବିଶ୍ୱକପ୍‌ରେ ରେଫରି ସର୍ବାଧିକ ୧୮ ପେନାଲ୍ଟି ପ୍ରଦାନ କରିଥିଲେ। ମସ୍କୋ ସଂପ୍ରତି ଏହି ସଂଖ୍ୟାଠାରୁ ମାତ୍ର ୪ ପଛରେ ରହିଛି। ଏଥିପାଇଁ ଭାର୍‌କୁ ଦାୟୀ କରାଯାଉଛି। କାରଣ ଚଳିତ ବିଶ୍ୱକପ୍‌ର ମୋଟ ୧୪ ପେନାଲ୍ଟି ମଧ୍ୟରୁ ୭ଟି ଭାର୍‌ ଜରିଆରେ ଆସିଛି। ଅନ୍ୟପକ୍ଷରେ ଭାର୍‌ ପାଇଁ ରେଫରି ଗୋଟିଏ ପେନାଲ୍ଟିକୁ ନାକଚ କରିଛନ୍ତି। ଶୁକ୍ରବାରର ବ୍ରାଜିଲ-କୋଷ୍ଟାରିକା ମ୍ୟାଚ୍‌ରେ ଏହି ଘଟଣା ଘଟିଥିଲା। ଭାର୍‌ ସଂପୂର୍ଣ୍ଣ ତ୍ରୁଟିହୀନ ନୁହେଁ ବୋଲି ଫିଫା ରେଫରି ନିର୍ଦେଶକ ମାସିମୋ ବୁସାକା ବିଶ୍ୱକପ୍‌ ପୂର୍ବରୁ କହିଥିଲେ। ଯାହା ଏବେ ସତ ପ୍ରମାଣିତ ହେବାରେ ଲାଗିଛି। ଉଭୟ ପ୍ରଶଂସକ ଏବଂ ଖେଳାଳି ଏଥିଲାଗି ହତାଶ ହୋଇ ଯାଇଛନ୍ତି। ଉଭୟ ବ୍ରାଜିଲ ଏବଂ ଇଂଲଣ୍ଡ ଭାର୍‌କୁ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି। ସେମାନଙ୍କ ପ୍ରଥମ ମ୍ୟାଚ୍‌ରେ ଭାର୍‌ କାହିଁକି ଉପଯୋଗ ହେଲା ନାହିଁ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି। ସେପଟେ ଫ୍ରାନ୍ସଠାରୁ ହାରିବା ପରେ ଅଷ୍ଟ୍ରେଲିଆ ପ୍ରଶିକ୍ଷକ ବର୍ଟ ଭାନ୍‌ ମରଓ୍ଵିକ୍‌ ଭାର୍‌ର ଉପଯୋଗିତା ନେଇ ପ୍ରଶ୍ନ ଉଠାଇଛନ୍ତି। ଶନିବାର ବ୍ରାଜିଲ୍‌-ଟ୍ୟୁନିସିଆ ମ୍ୟାଚ୍‌ ସୁଦ୍ଧା ମସ୍କୋ ବିଶ୍ୱକପ୍‌ର ପେନାଲ୍ଟି ସଂଖ୍ୟା ମ୍ୟାଚ୍‌ ପିଛା ୦.୪୬ ରହିଛି। ଏହି ଧାରା ଯଦି ବଳବତ୍ତର ରହେ ତାହାଲେ ଚଳିତ ବିଶ୍ୱକପ୍‌ ଶେଷ ହେଲା ବେଳକୁ ପେନାଲ୍ଟି କିକ୍‌ ସଂଖ୍ୟା ୨୯ରେ ପହଞ୍ଚି ଯାଇଥିବ। ୧୯୩୦ ମସିହାରୁ ବିଶ୍ୱକପ୍‌ ଆରମ୍ଭ ହେବା ପରଠାରୁ ମୋଟ ୧୮୨ ପେନାଲ୍ଟି କିକ୍‌ ଦେଖିବାକୁ ମିଳିଛି। ସେଥିମଧ୍ୟରୁ ୧୪୭ଟିରୁ ଗୋଲ୍‌ ହୋଇଥିଲା ବେଳେ ୩୫ ପ୍ରୟାସରେ ଖେଳାଳିମାନେ ବିଫଳ ହୋଇଛନ୍ତି। ସେଥିମଧ୍ୟରୁ ଗୋଲ୍‌ ରକ୍ଷକ ୨୨ଟିକୁ ରୋକି ଦେଇଥିଲା ବେଳେ ୧୩ ପ୍ରୟାସରେ ଖେଳାଳିମାନେ ଲକ୍ଷ୍ୟଭ୍ରଷ୍ଟ ହୋଇଛନ୍ତି।
ମସ୍କୋ, ୨୩|୬: ଭିଡିଓ ଆସିଷ୍ଟ ରେଫରି ବା ଭାର୍‌ ବୈଷୟିକ ଜ୍ଞାନ କୌଶଳର ଉପଯୋଗ ପରେ ମସ୍କୋ ଫିଫା ବିଶ୍ୱକପ୍‌ରେ ପେନାଲ୍ଟି ବା ପେନାଲ୍ଟି କିକ୍‌ ସଂଖ୍ୟା ପୂର୍ବର ସବୁ ସଂସ୍କରଣକୁ ଟପି ଯିବାର ଆଶଙ୍କା ଦେଖା ଦେଇଛି। ଶନିବାରର କୋରିଆ-ମେକ୍ସିକୋ ମ୍ୟାଚ୍‌ ସୁଦ୍ଧା ଏହି ସଂଖ୍ୟା ୧୪ରେ ପହଞ୍ଚିଛି। ପ୍ରତିଯୋଗିତାର ପ୍ରଥମ ୨୭ ମ୍ୟାଚ୍‌ରେ ୧୩ଟି ପେନାଲ୍ଟି ଦେଖିବାକୁ ମିଳିବା ଫୁଟବଲ୍‌ ପଣ୍ଡିତଙ୍କୁ ବି ବିସ୍ମିତ କରିଛି। କାରଣ ୨୦୧୪ରେ ବ୍ରାଜିଲ୍‌ରେ ଖେଳା ଯାଇଥିବା ବିଶ୍ୱକପ୍‌ର ଗତ ସଂସ୍କରଣରେ ମାତ୍ର ୧୩ ପେନାଲ୍ଟି ଦେଖିବାକୁ ମିଳିଥିଲା। ୨୦୦୨ ଦକ୍ଷିଣ କୋରିଆ ବିଶ୍ୱକପ୍‌ରେ ରେଫରି ସର୍ବାଧିକ ୧୮ ପେନାଲ୍ଟି ପ୍ରଦାନ କରିଥିଲେ। ମସ୍କୋ ସଂପ୍ରତି ଏହି ସଂଖ୍ୟାଠାରୁ ମାତ୍ର ୪ ପଛରେ ରହିଛି। ଏଥିପାଇଁ ଭାର୍‌କୁ ଦାୟୀ କରାଯାଉଛି। କାରଣ ଚଳିତ ବିଶ୍ୱକପ୍‌ର ମୋଟ ୧୪ ପେନାଲ୍ଟି ମଧ୍ୟରୁ ୭ଟି ଭାର୍‌ ଜରିଆରେ ଆସିଛି। ଅନ୍ୟପକ୍ଷରେ ଭାର୍‌ ପାଇଁ ରେଫରି ଗୋଟିଏ ପେନାଲ୍ଟିକୁ ନାକଚ କରିଛନ୍ତି। ଶୁକ୍ରବାରର ବ୍ରାଜିଲ-କୋଷ୍ଟାରିକା ମ୍ୟାଚ୍‌ରେ ଏହି ଘଟଣା ଘଟିଥିଲା। ଭାର୍‌ ସଂପୂର୍ଣ୍ଣ ତ୍ରୁଟିହୀନ ନୁହେଁ ବୋଲି ଫିଫା ରେଫରି ନିର୍ଦେଶକ ମାସିମୋ ବୁସାକା ବିଶ୍ୱକପ୍‌ ପୂର୍ବରୁ କହିଥିଲେ। ଯାହା ଏବେ ସତ ପ୍ରମାଣିତ ହେବାରେ ଲାଗିଛି। ଉଭୟ ପ୍ରଶଂସକ ଏବଂ ଖେଳାଳି ଏଥିଲାଗି ହତାଶ ହୋଇ ଯାଇଛନ୍ତି। ଉଭୟ ବ୍ରାଜିଲ ଏବଂ ଇଂଲଣ୍ଡ ଭାର୍‌କୁ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି। ସେମାନଙ୍କ ପ୍ରଥମ ମ୍ୟାଚ୍‌ରେ ଭାର୍‌ କାହିଁକି ଉପଯୋଗ ହେଲା ନାହିଁ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି। ସେପଟେ ଫ୍ରାନ୍ସଠାରୁ ହାରିବା ପରେ ଅଷ୍ଟ୍ରେଲିଆ ପ୍ରଶିକ୍ଷକ ବର୍ଟ ଭାନ୍‌ ମରଓ୍ଵିକ୍‌ ଭାର୍‌ର ଉପଯୋଗିତା ନେଇ ପ୍ରଶ୍ନ ଉଠାଇଛନ୍ତି। ଶନିବାର ବ୍ରାଜିଲ୍‌-ଟ୍ୟୁନିସିଆ ମ୍ୟାଚ୍‌ ସୁଦ୍ଧା ମସ୍କୋ ବିଶ୍ୱକପ୍‌ର ପେନାଲ୍ଟି ସଂଖ୍ୟା ମ୍ୟାଚ୍‌ ପିଛା ୦.୪୬ ରହିଛି। ଏହି ଧାରା ଯଦି ବଳବତ୍ତର ରହେ ତାହାଲେ ଚଳିତ ବିଶ୍ୱକପ୍‌ ଶେଷ ହେଲା ବେଳକୁ ପେନାଲ୍ଟି କିକ୍‌ ସଂଖ୍ୟା ୨୯ରେ ପହଞ୍ଚି ଯାଇଥିବ। ୧୯୩୦ ମସିହାରୁ ବିଶ୍ୱକପ୍‌ ଆରମ୍ଭ ହେବା ପରଠାରୁ ମୋଟ ୧୮୨ ପେନାଲ୍ଟି କିକ୍‌ ଦେଖିବାକୁ ମିଳିଛି। ସେଥିମଧ୍ୟରୁ ୧୪୭ଟିରୁ ଗୋଲ୍‌ ହୋଇଥିଲା ବେଳେ ୩୫ ପ୍ରୟାସରେ ଖେଳାଳିମାନେ ବିଫଳ ହୋଇଛନ୍ତି। ସେଥିମଧ୍ୟରୁ ଗୋଲ୍‌ ରକ୍ଷକ ୨୨ଟିକୁ ରୋକି ଦେଇଥିଲା ବେଳେ ୧୩ ପ୍ରୟାସରେ ଖେଳାଳିମାନେ ଲକ୍ଷ୍ୟଭ୍ରଷ୍ଟ ହୋଇଛନ୍ତି।

ସମ୍ବନ୍ଧିତ ଖବର