‘କୌନ ବନେଗା କରୋଡ଼ପତି’ରେ ବିଗ ବିଙ୍କ ସହ ନଜର ଆସିବେ ନବୀନ

ଭୁବନେଶ୍ବର : ସୋନି ଟଭିରେ ପ୍ରସାରିତ ‘କୌନ ବନେଗା କରୋଡ଼ପତି’ ବା କେବିସିରେ ନଜର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା କାଲି ରାତି ୯ ଟାରେ ହେବାକୁଥିବା କେବିସିର ଏପିସୋଡରେ ବିଗ୍ ବି’ଙ୍କ ସହ ନଜର ଆସିବେ ନବୀନ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି କେବିସି କାର୍ଯ୍ୟକ୍ରମରେ ନଜର ଆସିବେ ।

ଏବେ ହକି ବିଶ୍ୱକପ ପ୍ରଚାର ପ୍ରସାର ଉପରେ ଗୁରୁତ୍ବ ଆରୋପ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏଥିଲାଗି ଲୋକପ୍ରିୟ କୁଇଜ ସୋ’ରେ ଦେଖା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଭେମ୍ବର ୨୮ ତାରିଖରୁ ଓଡ଼ିଶାରେ ହକି ବିଶ୍ୱକପ ଆରମ୍ଭ ହେବ. । ତେଣୁ ଓଡ଼ିଶା ସମେତ ପୂରା ଦେଶରେ ଏବେ ଦେଖାଦେଇଛି ହକି ଫିଭର । ଏଣୁ ହକି ବିଶ୍ୱକପକୁ ପ୍ରମୋଟ କରିବାକୁ ବିଗ୍ ବି ଅମିତାଭ ବଚ୍ଚନଙ୍କ ସୋ’ରେ ନଜର ଆସିବେ ନବୀନ । ଭାରତୀୟ ହକି ଟିମକୁ ନେଇ ଆସନ୍ତା କାଲି କେବିସିରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରିତ ହେବ । ଯେଉଁଥିରେ ବିଶ୍ୱକପ ଅୟୋଜନ ନେଇ କିଭଳି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ତାହା ବର୍ଣ୍ଣନା କରିବେ ମୁଖ୍ୟମନ୍ତ୍ରୀ ବୋଲି ସୂଚନା ମିଳିଛି । ତେବେ ଅମିତାଭ ବଚ୍ଚନଙ୍କ ଦ୍ୱାରା ସମସ୍ତ ଦେଶବାସୀଙ୍କୁ ଭାରତୀୟ ହକି ଟିମଙ୍କୁ ଉତ୍ସାହିତ କରିବାକୁ ନବୀନଙ୍କ ଏହି ପ୍ରୟାସକୁ ସାଧାରଣରେ ପ୍ରସଂଶା କରିଛନ୍ତି ।

ତେବେ ଜାତୀୟ ଟେଲିଭିଜନରେ ପ୍ରସାରିତ ହେଉଥିବା ଲୋକପ୍ରିୟ କେବିସି ସୋ’ରେ ହକି ବିଶ୍ୱକପକୁ ସଫଳ କରିବାକୁ କ୍ୟାମ୍ପେନର ସାଥ୍ ଦେଇଛନ୍ତି ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ । କେବିସି ସୋ’ରେ ଭାରତୀୟ ହକି ଟିମର ସଦସ୍ୟଙ୍କ ସହ ହକି ବିଶ୍ୱକପକୁ ନେଇ ଏକ ସ୍ୱତନ୍ତ୍ର ଉପସ୍ଥାପନା ଆସନ୍ତା କାଲି ଦେଖିବେ ଦେଶବାସୀ । ଭାରତୀୟ ହକି ଟିମ୍ ଯେତେବେଳେ ପୁଣିଥରେ ବିଶ୍ୱର ଶ୍ରେଷ୍ଠ ୫ଟି ଦଳରେ ସ୍ଥାନ ପାଇଛି ସେତେବେଳେ ଦେଶବାସୀ ଏହି ସଫଳତାକୁ ନେଇ ଗର୍ବ ଅନୁଭବ କରୁଛନ୍ତି ଏବଂ ହକି ପ୍ରତି ଓଡିଶାବାସୀଙ୍କ ଭଲପାଇବା କଥା ଏହି ସୋ’ରେ ବଖାଣିବେ ଅମିତାଭ ।

ସମ୍ବନ୍ଧିତ ଖବର