ଗତିକୃଷ୍ଣ ସ୍ମାରକୀ ଫୁଟ୍‌ବଲ୍‌ ସେମିରେ ମଦର୍ସ

ଭୁବନେଶ୍ୱର: ଭୁବନେଶ୍ୱର ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ଚତୁର୍ଦଶ ଗତିକୃଷ୍ଣ ସ୍ମାରକୀ ଫୁଟ୍‌ବଲ୍‌ ଲିଗ୍‌ (ଡିଭିଜନ୍‌-ବି)ର ଗୁରୁବାର ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍‌କୁ ଏକପାଖିଆ ଭାବେ ଜିତି ନେଇ ମଦର୍ସ ଫୁଟ୍‌ବଲ୍‌ କ୍ଲବ୍‌ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲ୍‌ ପ୍ରବେଶ କରିଛି। ମଦର୍ସ ଦଳ ୪-୦ ଗୋଲ୍‌ରେ ଏସ୍‌ଜିଓ ନୟାପଲ୍ଲୀ ଦଳକୁ ପରାସ୍ତ କରିଦେଇଛି। ସିଦ୍ଧାନ୍ତ ଦାସ ( ୫ ମିନିଟ୍‌), ସୁମିତ୍‌ ପଟେଲ (୧୫ ମିନିଟ୍‌), ବିଶ୍ୱ ପଟ୍ଟନାୟକ (୧୭ ମିନିଟ୍‌) ଓ ପୀୟୂଷ ନନ୍ଦ (୬୨ ମିନିଟ୍‌) ଗୋଟିଏ ଗୋଲ୍‌ କରିଥିଲେ। ଚନ୍ଦ୍ରକାନ୍ତ ବାରିକ୍‌, ସୁଶାନ୍ତ ମିଶ୍ର, କୀର୍ତିରଞନ ସ୍ୱାଇଁ ଓ ମନୋରଞ୍ଜନ ଖୁଣ୍ଟିଆ ମ୍ୟାଚ୍‌ ପରିଚାଳନା କରିଥିଲେ। ଶୁକ୍ରବାର ତୃତୀୟ କ୍ୱାର୍ଟର ଫାଇନାଲ୍‌ରେ ପୋଖରୀପୁଟ ସ୍ପୋର୍ଟିଂ ଓ ନୀଲକମାଲ୍‌ ଫୁଟ୍‌ବଲ୍‌ କ୍ଲବ୍‌ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର