ଜାତୀୟ କନିଷ୍ଠ ଉଷୁରେ ଓଡ଼ିଶାକୁ ୬ ପଦକ

ଭୁବନେଶ୍ବର: ତାମିଲନାଡ଼ୁର ନମକାଲ୍‌ଠାରେ ଆୟୋଜିତ ୧୭ତମ ଜାତୀୟ କନିଷ୍ଠ ଉଷୁ ପ୍ରତିଯୋଗିତା ଚତୁର୍ଥ ଦିନ ସୁଦ୍ଧା ଓଡ଼ିଶାକୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଓ ଗ‌ୋଟିଏ କାଂସ୍ୟ ସହ ମୋଟ ୬ ପଦକ ମିଳିଛି। ତୌଲୁ ବର୍ଗରେ ପ୍ରଦ୍ୟୁମ୍ନ ବେହେରା ୩ (୧ ସ୍ବର୍ଣ୍ଣ, ୨‌ ରୌପ୍ୟ), ଆକାଂକ୍ଷା ବାରିକ ୨ (୧ ସ୍ବର୍ଣ୍ଣ, ୧ ରୌପ୍ୟ) ଏବଂ ପଲ୍ଲବୀ ସାମଲ (୧ କାଂସ୍ୟ) ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୯ ବାଳକ ଓ ୮ ବାଳିକାଙ୍କ ସହ ମୋଟ ୧୭ ଜଣ ଭାଗ ନେଇଛନ୍ତି। ଏହି ସଫଳତା ଲାଗି ଓଡ଼ିଶା ଉଷୁ ସଂଘର ସଭାପତି ସୁଧାଂଶୁ ଶେଖର ହରିଚନ୍ଦନ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର