ଜାତୀୟ ଦୃଷ୍ଟିହୀନ କ୍ରିକେଟ୍‌ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର: ଷଷ୍ଠ ପୂର୍ବାଞ୍ଚଳ ଏବଂ ୨୫ତମ ଜାତୀୟ ଦୃଷ୍ଟିହୀନ ପ୍ରତିଯୋଗିତା ଲାଗି ରବିବାର ୧୬ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ପୂର୍ବାଞ୍ଚଳ ପ୍ରତିଯୋଗିତା ପଶ୍ଚିମବଙ୍ଗରେ ଚଳିତ ମାସ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଏବଂ ଜାତୀୟ ପ୍ରତିଯୋଗିତା ୨୯ ତାରିଖରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରୁ ଆସନ୍ତା ବର୍ଷ ଜାନୁଆରିରେ ହେବାକୁଥିବା ବିଶ୍ୱକପ୍‌ ଲାଗି ୪୨ ଜଣିଆ ସମ୍ଭାବ୍ୟ ତାଲିକା ପ୍ରସ୍ତୁତ ହେବ।
ଓଡ଼ିଶା ଦଳ: ମହମ୍ମଦ ଜାଫର ଇକ୍‌ବାଲ (ଅଧିନାୟକ), କାଳିଆ ପ୍ରଧାନ, ତପନ କୁମାର ଗୌଡ଼, ଅନୀଲ କୁମାର ମଲ୍ଲିକ, ଦେବରାଜ ବେହେରା, ପଙ୍କଜ ଭୁଏ, ନକୁଳ ବଡ଼ନାୟକ, ଜୁଝାର ବାରୀ, ସିଙ୍ଗରାଇ ମାଝୀ, ଲାଲପ୍ରସାଦ ସୋରେନ୍‌, ସୁଖରାମ ମାଝୀ, ବିଶ୍ୱନାଥ ଖାରା, ଲିଙ୍ଗରାଜ ରାଉତରା, ସୁକଦେବ ସୋରେନ, ଯୋଗେନ୍ଦ୍ର ଜାନି (ପ୍ରବନ୍ଧକ) ଏବଂ ଚନ୍ଦ୍ରଶେଖର ପଟ୍ଟନାୟକ (ପ୍ରଶିକ୍ଷକ)।

ସମ୍ବନ୍ଧିତ ଖବର