ପରବର୍ତୀ ଦୁଇ ମ୍ୟାଚ୍ ଖେଳିପାରନ୍ତି ମାଲିଙ୍ଗା
ମୁମ୍ବାଇ: ସିଂହଳୀ ଦ୍ରୁତ ବୋଲର ଲସିତ ମାଲିଙ୍ଗା ଆଇପିଏଲ୍ର ମୁମ୍ବାଇର ପରବର୍ତୀ ଦୁଇ ମ୍ୟାଚ୍ ଖେଳିପାରନ୍ତି। ପୂର୍ବରୁ ବିଶ୍ବକପ୍ ଲାଗି ଦଳ ଚୟନ ଲାଗି ଶ୍ରୀଲଙ୍କାରେ ଚଳିତ ମାସ ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ହେବକୁଥିବା ଘରୋଇ କ୍ରିକେଟ୍ ଖେଳିବା ଲାଗି ମାଲିଙ୍ଗା ଆଇପିଏଲ୍ର ପ୍ରଥମ ୬ ମ୍ୟାଚ୍ରୁ ଓହରିଯିବାକୁ ସୂଚନା ଦେଇଥିଲେ। ହେଲେ ବିସିସିଆର ଅନୁରୋଧ ପରେ ସୋମବାର ଶ୍ରୀଲଙ୍କା କ୍ରିକେଟ୍ ପକ୍ଷରୁ ଏହି ଭେଟାରାନ ଖେଳାଳିଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରାଯାଇଛି। ବିଶ୍ବକପ୍ ଦଳରେ ମାଲିଙ୍ଗାଙ୍କ ସ୍ଥାନ ନିଶ୍ଚିତ। ତେଣୁ ସେ ଆଇପିଏଲ୍ ଖେଳିବା ଲାଗି ମୁକ୍ତ କରାଯାଇଛି ବୋଲି ଶ୍ରୀଲଙ୍କା କ୍ରିକେଟ୍ ମୁଖ୍ୟ ଚୟନକର୍ତା ଅଶାନ୍ତ ଡି’ମେଲ୍ କହିଛନ୍ତି। ମାଲିଙ୍ଗା ୨୮ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ୩୦ରେ କିଙ୍ଗ୍ସ ଇଲେଭନେ୍ ପଞ୍ଜାବ ସହ ଖେଳି ଘରୋଇ ଦିନିକିଆ ଖେଳିବାକୁ ସ୍ବଦେଶ ଫେରିଯିବେ। ୧୧ତାରିଖରେ ଏହି ପ୍ରତିଯୋଗିତା ଶେଷ ହେବା ପରେ ସେ ପୁଣି ଦଳ ସହ ଯୋଗଦେବେ ବୋଲି ଶ୍ରୀଲଙ୍କା କ୍ରିକେଟ୍ ପକ୍ଷରୁ କୁହାଯାଇଛି।