ଭାରତ ପ୍ରମୁଖ ଦାବିଦାର

:ଏଥରର ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ଭାରତ ପ୍ରମୁଖ ଦାବିଦାର। ଏସୀୟ କ୍ରୀଡ଼ା ବିଜେତା ଜାପାନ ହକି ଦଳର ପ୍ରଶିକ୍ଷକ ସିଆଗଫ୍ରାଏଡ୍ ଆଇକମ୍ୟାନ୍ ଏହା କହିଛନ୍ତି। ତେବେ ଜାପାନ ମଧ୍ୟ ସହଜରେ କୌଣସି ଦଳକୁ ବାଟ ଛାଡ଼ିବ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ଆମେ ସବୁ ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବୁ। ତା’ ସହିତ ଅନେକ ଯୁବ ‌େଖଳାଳିଙ୍କୁ ମଧ୍ୟ ଏହି ଅବସରରେ ପରୀକ୍ଷା କରିବୁ। ଯାହା ଫଳରେ ୨୦୨୦ ଅଲିମ୍ପିକ୍ସ ପାଇଁ ଆମକୁ ଅନ୍ୟୁନ ୩୦-୪୦ ଜଣ ଭଲ ଖେଳାଳି ମିଳି ପାରିବେ ବୋଲି ସେ କହିଥିଲେ। ଜାପାନ ତା’ର ପ୍ରଥମ ମ୍ୟାଚ୍‌ରେ ଜାକର୍ତା ଏସୀୟ କ୍ରୀଡ଼ାର ରୌପ୍ୟ ପଦକ ବିଜେତା ମାଲେସିଆକୁ ଭେଟିବ।

ସମ୍ବନ୍ଧିତ ଖବର