ରାଜ୍ୟଗୋଷ୍ଠୀ ମହାସ˚ଘରେ ଭାରତର ରାଜୁତି

ବିବେକ କୋହଲି ଅଧ୍ୟକ୍ଷ, ଏମ୍‌ପି ସି˚ହ ସାଧାରଣ ସମ୍ପାଦକ

କଟକ: ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ପରି ଏହି ବିଶ୍ବସ୍ତରୀୟ ମହାସ˚ଘରେ ବି ଭାରତୀୟମାନେ ଆଧିପତ୍ୟ ବିସ୍ତାର କଲେଣି। ଶନିବାର ହୋଇଥିବା ନିର୍ବାଚନରେ ଭାରତର ବିବେକ କୋହଲିଙ୍କୁ ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଥିଲା ବେଳେ ଭାରତୀୟ ଟେବୁଲ ଟେନିସ ମହାସ˚ଘର ସମ୍ପାଦକ ଏମ୍‌ପି ସି˚ହ ରାଜ୍ୟଗୋଷ୍ଠୀର ସାଧାରଣ ସମ୍ପାଦକ ଭାବେ ନୂଆ ଦାୟିତ୍ବ ଗ୍ରହଣ କରିଛନ୍ତି। ତେବେ ରାଜ୍ୟଗୋଷ୍ଠୀ ପ୍ରତିଯୋଗିତାକୁ ଅଧିକ ଲୋକପ୍ରିୟ କରାଇବା ପାଇଁ ଇଭେଣ୍ଟ ସ˚ଖ୍ୟାରେ ବୃଦ୍ଧି କରିବାକୁ ହେବ ଏବ˚ ଅ˚ଶଗ୍ରହଣକାରୀ ଦେଶମାନଙ୍କୁ ଆକୃଷ୍ଟ କରିବା ପାଇଁ ପୁରସ୍କାର ରାଶି ଦେବାକୁ ପଡିବ ବୋଲି ନୂଆ ଅଧ୍ୟକ୍ଷ ବିବେକ କୋହଲି ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିସହିତ ବିଭିନ୍ନ ବିଭାଗରେ ରାଜ୍ୟଗୋଷ୍ଠୀ ପ୍ରତିଯୋଗିତା ଆୟୋଜନ କରାଯାଇ ଶ୍ରେଷ୍ଠ ଦଳମାନଙ୍କ ମଧ୍ୟରେ ରାଜ୍ୟଗୋଷ୍ଠୀ କପ୍‌ ଆୟୋଜନ ପାଇଁ ଯୋଜନା ହୋଇଥିବା ସେ କହିଥିଲେ।

ଆଗକୁ ରାଜ୍ୟଗୋଷ୍ଠୀ କପ୍‌, ପୁରସ୍କାର ରାଶି ରହିବ: କୋହଲି
ଭାରତୀୟ ଓପନ୍‌ ପାଇଁ ସରକାରଙ୍କୁ ଟିଟିଏଫ୍‌ଆଇର ପ୍ରସ୍ତାବ

ଆଗକୁ ରାଜ୍ୟଗୋଷ୍ଠୀ ମହାସ˚ଘ ଅଧିନରେ ଯୁବା ପ୍ରତିଯୋଗିତା ଆୟୋଜନ କରାଯିବ। ସେହିପରି କ୍ୟାଡେଟ୍‌ ଓ ଭେଟେରାନ୍‌ମାନଙ୍କୁ ନେଇ ମିଳିତ ଭାବେ ଗୋଟିଏ ସ୍ଥାନରେ ଦୁଇଟି ପ୍ରତିଯୋଗିତା ଆୟୋଜନ କରାଯିବାକୁ ଚିନ୍ତା କରାଯାଉଛି। ଏକ ପାରିବାରିକ ବାତାବରଣ ମଧ୍ୟରେ ମ୍ୟାଚ୍‌ ଖେଳାଯିବାକୁ ଲକ୍ଷ୍ୟ ରଖାଯାଇଥିବା କୋହଲି କହିଛନ୍ତି। ପ୍ରତ୍ୟେକ ପ୍ରତିଯୋଗିତାର ଶ୍ରେଷ୍ଠ ୧୬ ଦଳଙ୍କୁ ନେଇ ରାଜ୍ୟଗୋଷ୍ଠୀ କପ୍‌ ଆୟୋଜନ କରାଯିବ। ସେଥିରେ ପୁରୁଷ, ମହିଳା, ବାଳକ, ବାଳିକା, ଯୁବା, ଭେଟେରାନ୍‌ ଇତ୍ୟାଦି ପ୍ରତିଯୋଗିତାର ଶ୍ରେଷ୍ଠ ୧୬ଜଣ ଦଳ ଅ˚ଶଗ୍ରହଣ କରିବେ। ଯେଉଁ ଯେଉଁ ଦେଶମାନଙ୍କରେ ଆଞ୍ଚଳିକ ପ୍ରତିଯୋଗିତା ଆୟୋଜନ ହେଉଥିବ ସେଠାରେ ରାଜ୍ୟଗୋଷ୍ଠୀ ପ୍ରତିଯୋଗିତାକୁ ମିଳିତ ଭାବେ ଆୟୋଜନ କରିବାକୁ ସୁଯୋଗ ଦିଆଯିବ। ଯାହାଦ୍ବାରା ଖେଳାଳିମାନଙ୍କୁ ଅଧିକ ରାସ୍ତା ଯିବାକୁ କିମ୍ବା ଖର୍ଚ୍ଚାନ୍ତ ହେବାକୁ ପଡିବନି। ଏଥିସହିତ ପ୍ରତିଯୋଗିତାଗୁଡିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରାୟୋଜକ ଯୋଗାଡ଼ କରିବାକୁ ହେବ। ପ୍ରତ୍ୟେକ ପ୍ରତିଯୋଗିତାରେ ପୂର୍ବରୁ କେବଳ ପଦକ ଓ ଟ୍ରଫି ଦିଆଯାଉଥିବା ବେଳେ ଆଗକୁ ପୁରସ୍କାର ରାଶି ପ୍ରଦାନ କରାଯିବାକୁ ଯୋଜନା ହୋଇଥିବା କୋହଲି ସୂଚନା ଦେଇଛନ୍ତି।

ବର୍ତ୍ତମାନ ସ୍ଥିତିରେ ଭାରତୀୟମାନେ ଭଲ ପ୍ରଦର୍ଶନ ଦେଉଛନ୍ତି। ଯେଉଁଥିପାଇଁ ଭାରତୀୟ ମହାସ˚ଘର କାୟା ବିସ୍ତାର ହେଉଛି। ସାରା ଦୁନିଆ ଏବେ ଭାରତକୁ ଦେଖୁଛି। ତେଣୁ ଭାରତ ପୂର୍ବାପେକ୍ଷା ଉନ୍ନତି ପଥରେ ଅଗ୍ରସର ହେଉଛି। ଏପରିକି ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ବି ସାରା ବିଶ୍ବରେ ଆମର ରାଜୁତି ରହିବ ବୋଲି କୋହଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଏବେ ଇଭେଣ୍ଟ ସ˚ଖ୍ୟା ବୃଦ୍ଧି କରାଯିବାକୁ ଯାଉଥିବାରୁ ସେଗୁଡିକୁ ସାରା ବିଶ୍ବରେ ଆୟୋଜନ କରିବୁ। ଇ˚ଲଣ୍ତ, ସ୍କଟଲାଣ୍ତ, ଆଫ୍ରିକା ଭଳି ଦେଶମାନଙ୍କରେ ରାଜ୍ୟଗୋଷ୍ଠୀ ପ୍ରତିଯୋଗିତାକୁ ବିସ୍ତାର କରାଯିବ। ଯାହାଫଳରେ ଖେଳାଳିମାନଙ୍କୁ ଭିସା ମିଳିବାରେ କୌଣସି ସମସ୍ୟା ହେବନି ବୋଲି କୋହଲି କହିଛନ୍ତି। ଅନ୍ୟପକ୍ଷରେ କଟକରେ ଭାରତୀୟ ଓପନ୍‌ ଟେବୁଲ ଟେନିସ୍‌ ଆୟୋଜନ ପାଇଁ ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଟିଟିଏଫ୍‌ଆଇ ଉପଦେଷ୍ଟା ତଥା ରାଜ୍ୟଗୋଷ୍ଠୀରେ ଏସିଆକୁ ପ୍ରତିନିଧିତ୍ବ କରୁଥିବା ବୋର୍ଡ ଅଫ୍‌ ଡିରେକ୍ଟର୍ସ ସଦସ୍ୟ ଧନରାଜ ଚୌଧୁରୀ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ନୂଆ ସାଧାରଣ ସମ୍ପାଦକ ଏମ୍‌ପି ସି˚ହ, ବିଦାୟୀ ଅଧ୍ୟକ୍ଷ ଆଲେନ୍‌ ରାନସନ୍‌, ବିଦାୟୀ ସାଧାରଣ ସମ୍ପାଦକ ଚାଙ୍ଗ ଫୁଙ୍ଗ କେଓଙ୍ଗ, କୋଷାଧ୍ୟକ୍ଷ ଅଡ୍ରେ ମ୍ୟାକଡୋନାଲ୍‌ଡ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର