କ୍ରିକେଟ ଇତିହାସର ସବୁଠାରୁ ନିଆରା ମ୍ୟାଚ, ଲକ୍ଷ୍ୟ ୭୬୨, କିନ୍ତୁ ସବୁ ବ୍ୟାଟ୍ସମ୍ୟାନ ଶୂନରେ ଆଉଟ ହୋଇଗଲେ

ମୁମ୍ବାଇ : ସାଧାରଣତଃ ସ୍କୁଲ ସ୍ତରରେ ଖେଳାଯାଉଥିବା କ୍ରିକେଟ ମ୍ୟାଚଗୁଡ଼ିକୁ କେହି ଗୁରୁତ୍ୱଦିଅନ୍ତି ନାହିଁ ବା ତାହା ଗଣମାଧ୍ୟମ ନଜରକୁ ଆସେ ନାହିଁ । ତେବେ ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଥିବା ଦୁଇଟି ସ୍କୁଲ ମଧ୍ୟରେ ହୋଇଥିବା ହ୍ୟାରିସ ସିଲ୍ଡ ସ୍କୁଲ ଟୁର୍ଣ୍ଣାମେଣ୍ଟର କ୍ରିକେଟ୍‌ ମ୍ୟାଚ କ୍ରିକେଟର ରେକର୍ଡ ବୁକରେ ସ୍ଥାନ ପାଇଛି ।

ଏହି ମ୍ୟାଚଟି ବୋରିବୋଲିର ସ୍ୱାମୀ ବିବେକାନନ୍ଦ ଇଣ୍ଟରନାସନାଲ ସ୍କୁଲ (ଏସଭିଆଇଏସ) ଓ ଅନ୍ଧେରୀର ଚିଲଡ୍ରେନ୍ସ ଏକାଡେମୀ ମଧ୍ୟରେ ଖେଳାଯାଉଥିଲା । ଏହି ମ୍ୟାଚରେ ଏସଭିଆଇଏସ ଚିଲଡ୍ରେନ୍ସ ଏକାଡେମୀକୁ ରେକର୍ଡ ୭୫୪ ରନ ବ୍ୟବଧାନରେ ହରେଇ ଦେଇଛି । କ୍ରିକେଟର ଯେକୌଣସି ଫର୍ମାଟରେ ଏହା ହେଉଛି ସର୍ବାଧିକ ବିଜୟ ବ୍ୟବଧାନ ।

ଏସଭିଆଇଏସ ପ୍ରଥମେ ବ୍ୟାଟିଂ କରି ୭୬୧ ରନ ସଂଗ୍ରହ କରିଥିଲା । ଏହି ସ୍କୁଲର ମୟେଙ୍କର ଅପରାଜିତ ୩୩୮ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ବ୍ୟାଟିଂ କରିବାକୁ ଓହ୍ଲେଇଥିବା ଚିଲଡ୍ରେନ୍ସ ଏକାଡେମୀ ଦଳ ମାତ୍ର ୭ ରନ ସଂଗ୍ରହ କରିଥିଲା । ଆଶ୍ଚର୍ଯ୍ୟ କଥା ହେଉଛି ଯେ ଏହାର କୌଣସି ବ୍ୟାଟ୍ସମ୍ୟାନ ଖାତା ଖୋଲିପାରିନଥିଲେ । ଦଳ କେବଳ ଓ୍ଵାଇଟ୍‌ ଓ ନୋ ବଲ ଆଦି ମାଧ୍ୟମରେ ଅତିରିକ୍ତ ୭ ରନ ପାଇଥିଲା ।

ସମ୍ବନ୍ଧିତ ଖବର