ଆଉ ୧୧ ଦିନ, ଷ୍ଟାର ସ୍ପୋର୍ଟସ୍‌ରେ ସିଧାପ୍ରସାରଣ

ଭୁବନେଶ୍ବର: ଭୁବନେଶ୍ବର ହକି ବିଶ୍ବକପ୍‌କୁ ନେଇ ସମଗ୍ର ବିଶ୍ବରେ ଉତ୍ସାହ ପରିଲକ୍ଷିତ ହେଉଛି। ଷ୍ଟାଡିୟମକୁ ଆସି ହକି ମହାସମରର ମଜା ଯେଉଁମାନେ ନେଇ ନପାରିବେ, ସେମାନେ କିଭଳି ଘରେ ବସି ବିଶ୍ବକପ୍ ଦେଖିବେ ସେ ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଶ୍ବର ବଛା ବଛା ଏବଂ ଲୋକପ୍ରିୟ ଟେଲିଭିଜନ ଚ୍ୟାନେଲ ଏହାର ସିଧାପ୍ରସାରଣ କରିବାକୁ ଚୁକ୍ତିଭୁକ୍ତ ହୋଇଛନ୍ତି। ଭାରତରେ ବିଶ୍ବକପ୍‌ର ପ୍ରସାରଣ ଷ୍ଟାର ସ୍ପୋର୍ଟସ ଏବଂ ଷ୍ଟାର ସ୍ପୋର୍ଟସ ଏଚ୍‌ଡିରେ ହେବ। ସେହିଭଳି ବ୍ରିଟେନରେ ବିଟି ସ୍ପୋର୍ଟସ, ଅଷ୍ଟ୍ରେଲିଆରେ ଫକ୍ସ ସ୍ପୋର୍ଟସ, ସ୍ପେନରେ ୟୁରୋ ସ୍ପୋର୍ଟସ ପ୍ରସାରଣ କରିବେ। ବିଶ୍ବର ଅନ୍ୟଦେଶଗୁଡ଼ିକରେ ମଧ୍ୟ ଏହାର ପ୍ରସାରଣ ସେଠାକାର କ୍ରୀଡ଼ା ଚ୍ୟାନେଲ କରିବେ। ହଟଷ୍ଟାରରେ ଲାଇଭ୍ ଷ୍ଟ୍ରିମିଂ ଏବଂ ସ୍ପୋର୍ଟସକିଡ଼ାରେ ଲାଇଭ୍ ଅପଡେଟ୍ ମିଳିବ।

ସମ୍ବନ୍ଧିତ ଖବର