ରାହାଣେଙ୍କୁ ୧୨ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ରବିବାରର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ମନ୍ଥର ବୋଲିଂ କରିବା ପରେ ଏହି ଦଳର ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏହି ମ୍ୟାଚ୍‌ରେ ରାଜସ୍ଥାନ ନିର୍ଧାରିତ ସମୟ ମଧ୍ୟରେ ୨୦ ଓଭର ଶେଷ କରି ପାରି ନଥିଲା। ତେବେ ପ୍ରଥମ ଥର ପାଇଁ ଏହି ଦଳ ଏପରି ଭୁଲ କରିଥିବାରୁ ଅଧିନାୟକ ରାହାଣେ କେବଳ ଆର୍ଥିକ ଦଣ୍ଡରେ ବର୍ତି ଯାଇଥିଲେ। ଆଗକୁ ଯଦ ରାଜସ୍ଥାନ ପୁଣି ଥରେ ଏଭଳି କାମ କରେ ତେବେ ରାହାଣେ ବାସନ୍ଦ ହେବା ସହ ଅନ୍ୟ ଖେଳାଳିମାନେ ମଧ୍ୟ ଅର୍ଥଦଣ୍ଡର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ସୂଚନାଯୋଗ୍ୟ ଯେ ରାଜସ୍ଥାନ ରୟାଲ୍ସ ତା’ର ପରବର୍ତୀ ମ୍ୟାଚ୍‌ରେ ମଙ୍ଗଳବାର ଇଡେନ୍‌ ଗାର୍ଡେନ୍ସରେ କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ।

ସମ୍ବନ୍ଧିତ ଖବର