ଫେବ୍ରୁଆରି ୧୪ ଭାରତ ପାଇଁ ଥିଲା କଳା ଦିବସ: ପୁଲଓ୍ଵାମା ଆକ୍ରମଣ ନେଇ ପ୍ରତିକ୍ରିୟା ରଖିଲେ ସାନିଆ ମିର୍ଜା

ନୂଆଦିଲ୍ଲୀ: ଫେବ୍ରୁଆରି ୧୪ ଭାରତ ପାଇଁ ଏକ କଳା ଦିନ ଥିଲା। ସେହି ଦିନ ପାକିସ୍ତାନରୁ ପରିଚାଳିତ ଆତଙ୍କବାଦୀ ସଂଗଠନ ‘ଜୈଶ-ଏ-ମହମ୍ମଦ’ ଦ୍ୱାରା ସ୍ୱଷ୍ଟ ଦିବାଲୋକରେ ୪୦ ଯବାନ ସହିଦ ହୋଇଛନ୍ତି। ଜମ୍ମୁ ଠାରୁ କଶ୍ମୀର ଅଭିମୁଖେ ଯାଉଥିବା ବେଳେ ଜାତୀୟ ରାଜପଥ ଉପରେ ଅଳ୍ପ ସମୟ ମଧ୍ୟରେ ଦେଶକୁ ସୁରକ୍ଷା ଦେଉଥିବା ଯବାନମାନେ ନିଜର ପ୍ରାଣବଳୀ ଦେଇଥିଲେ ବୋଲି ଭାରତର ଝିଅ ତଥା ପାକିସ୍ତାନୀ ବୋହୂ ସାନିଆ ମିର୍ଜା ପ୍ରତିକ୍ରିୟାରେ କହିଛନ୍ତି। ସାନିଆ କହିଛନ୍ତି, ବିଗତ ୩ ଦଶନ୍ଧି ଧରି ଆତଙ୍କବାଦୀମାନେ ରାଜ କରୁଛନ୍ତି। ଆତଙ୍କବାଦୀମାନେ ଗୁରୁବାର ବ୍ୟାପକ ପରିମାଣରେ ବିସ୍ଫୋରକ ସାମଗ୍ରୀ ବୋଝେଇ କାର୍‌କୁ ସିଆରପିଏଫ ଯବାନଙ୍କ ବସ ସହିତ ଧକ୍କା କରାଇଛନ୍ତି।

ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ସ୍ତ୍ରୀ ସାନିଆ ମିର୍ଜା ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସଂପର୍କକୁ ନେଇ ମୁହଁ ଖୋଲିଛନ୍ତି। ସେଲିବ୍ରିଟିମାନେ ପୁଲଓ୍ଵାମା ଆକ୍ରମଣ ଘଟଣାକୁ ନିନ୍ଦା କରୁଛୁ। ଟୁଇଟ୍‌ ଓ ଇନଷ୍ଟାଗ୍ରାମ ତଥା ସୋସିଆଲ ମିଡିଆରେ ପୋଷ୍ଟ କରି ଆମେ ଦେଶଭକ୍ତ ଏବଂ ଦେଶ ପାଇଁ କେତେ ଯତ୍ନଶୀଳ ତାହା ପ୍ରମାଣ କରିବୁ।

ସେମାନେ ସମସ୍ତେ ଆତଙ୍କବାଦ ବିରୋଧରେ ଏବଂ ଏହାକୁ ସମସ୍ତେ ବିରୋଧ କରିବା ଦରକାର ବୋଲି ସାନିଆ ମିର୍ଜା କହିଛନ୍ତି। ଏହା ଏକ ଦୁଃଖଦପୂର୍ଣ୍ଣ ଘଟଣା ଏବଂ ମୁଁ ଶାନ୍ତି ପାଇଁ ପ୍ରାର୍ଥନା କରୁଛି ବୋଲି ଟେନିସ ଷ୍ଟାର କହିଛନ୍ତି।

ସମ୍ବନ୍ଧିତ ଖବର