ଜାତୀୟ କନିଷ୍ଠ ଫୁଟ୍‌ବଲ ଶିବିରରେ ଓଡ଼ିଶାରୁ ୧୫

କଟକ: ଏଆଇଏଫ୍‌ଏଫ୍‌ ପକ୍ଷରୁ କଟକରେ ୧୫ ବର୍ଷରୁ କମ୍‌ ଜାତୀୟ ଫୁଟ୍‌ବଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏଥିପାଇଁ ସାରା ଭାରତରୁ ମୋଟ ୬୪ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଓଡ଼ିଶାରୁ ଏଥିରେ ୧୫ ଜଣ ସ୍ଥାନ ପାଇଛନ୍ତି। ଟଙ୍କଧର ବାଗ୍‌, ସଂଜୟ ମୁର୍ମୁ, କୁମାର ନାୟକ, ମିର୍‌ ଆତିଫ ଅଲ୍ଲୀ, କୁନାରାମ ସୋରେନ୍‌, ଖେଲାରାମ୍‌ ସୋରେନ୍‌, ଆକାଶ ଦେ, ଅମନ୍‌ ଖାଲ୍‌କୋ, ଅବିନାଶ ସାମଲ, ଆଣ୍ଡ୍ରୁ ଦେହୁରୀ, ସଂଜୟ ବାଟେ, ସୁନୀଲ ସୋରେନ୍‌, ମନୋରଂଜନ ସୁଣ୍ଡି, ଚନ୍ଦନ ନାୟକ, ରଂଜନ ସୋରେନ୍‌ ଓଡ଼ିଶା ତରଫରୁ ଏହି ଶିବିରରେ ଅଂଶଗ୍ରହଣ କରିବେ। ଏହି ଶିବିର ୫ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଓଡ଼ିଶାର ଶୁଭେନ୍ଦୁ ପଣ୍ଡା ଏହି ଶିବିରରେ ମୁଖ୍ୟ ପ୍ରଶିକ୍ଷକ ଓ ସୁରେନ୍‌ ଛେତ୍ରୀ ସହକାରୀ ପ୍ରଶିକ୍ଷକ ଭାବେ ପ୍ରଶିକ୍ଷଣ ଦେବେ ବୋଲି ଫାଓ ପକ୍ଷରୁ ଜଣାଯାଇଛି।

ସମ୍ବନ୍ଧିତ ଖବର