୧୫ ବର୍ଷରୁ କମ୍‌ କ୍ରୀଡ଼ା ଛାତ୍ରାବାସ ଫୁଟ୍‌ବଲ୍‌ ଦଳକୁ ସମ୍ବର୍ଧନା

ଭୁବନେଶ୍ୱର: ଯୁବ ଆଇ-ଲିଗ୍‌ ଫୁଟ୍‌ବଲ୍‌ (୧୫ ବର୍ଷରୁ କମ୍‌) ପ୍ରତିଯୋଗିତାର ପଦାର୍ପଣରେ ଗ୍ରୁପ୍‌ ବିଜେତା ହୋଇ ନୂଆ ଅଧ୍ୟାୟ ସଂଯୋଗ କରିଥିବା ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ ଗୁରୁବାର ଭୁବନେଶ୍ୱର ଫେରିଆସିଛି। ଆସନ୍ତାମାସରେ ଏହି ଦଳ ପ୍ଲେ-ଅଫ୍‌ ରାଉଣ୍ଡ୍‌ ଖେଳିବ। ଦଳ ଭୁବନେଶ୍ୱର ପହଞ୍ଚିବା ପରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଳି, ପ୍ରଶିକ୍ଷକ ଓ ଅଧିକାରୀମାନଙ୍କୁ ସମ୍ବର୍ଧନା ଦିଆଯାଇଛି। ଉପସଚିବ ମନୋଜ ପାଢୀ ବ୍ୟକ୍ତିଗତ ଭାବେ ଖେଳାଳିଙ୍କ ସହ ଆଳାପ କରିଥିଲେ। ସମ୍ବର୍ଧନା ବେଳେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ନିର୍ଦେଶକ ଅଖିଳ ଦାସ, ପି ଧର୍ମାରାଓ, ରାଜେଶ ସିଂହ, ସ୍ମରିତା ସାମନ୍ତରାୟ, ଏସ୍‌ଏନ୍‌ ସେନାପତି, ସୁଷମା ନନ୍ଦ, ସୁରେନ୍ଦ୍ର ନାୟକ, ଅବନୀ ମହାନ୍ତି, ଲିପିକା ମହାପାତ୍ର ଓ ନିବେଦିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଶା ଦଳ: ଅମି୍ରତ ଲାକ୍ରା, ସୁବ୍ରତ ପ୍ରଧାନ, ଉମେଶ ସିଂହ, ଗୋପାଳ ହେମ୍ବ୍ରମ୍‌, ସଂଜିତ କହଁର, ସାଗର ମାଝୀ, ବବ୍‌ଲୁ କହଁର, ଲାଲୁ ହେମ୍ବ୍ରମ୍‌, ଜ୍ୟୋତିର୍ମୟ ଗଡ଼ତିଆ, ରଘୁ ମାରାଣ୍ଡି, ଲକ୍ଷ୍ମଣ ମାର୍ଣ୍ଡି, ବୀରସିଂହ ହେମ୍ବ୍ରମ୍‌, ଜଗଦୀଶ ଓରାମ, ନବୀନ ମାଝୀ, ଦୁର୍ଗା ମାରାଣ୍ଡି, ପୁରୁଷୋତ୍ତମ କେରକେଟା, ବୃନ୍ଦାବନ ମୁଣ୍ଡା, ଫଗୁ ମାଝୀ, ସମୀର କେରକେଟା, ରଂଜନ ମାଝୀ। ପ୍ରଶିକ୍ଷକ: ପରାସର ବାଗ, ପ୍ରବଂଧକ: ଯଶପାଲ୍‌ ଉର୍ମା, ଫିଜିଓ: ଡାକ୍ତର ମୁକ୍ତି ପ୍ରସାଦ ଦାଶ।

ସମ୍ବନ୍ଧିତ ଖବର