ମୋହାଲି: ମୋହାଲି ଟେଷ୍ଟରେ ବୁଧବାର ଭାରତକୁ ୧୫୦ ରନ୍ ଟାର୍ଗେଟ ମିଳିଛି। ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିଥିଲା। ଅଧିନାୟକ ଓ ଓ୍ଵିକେଟକିପର କ୍ୱିଣ୍ଟନ୍ ଡି’କକ୍ଙ୍କ ଅର୍ଦ୍ଧଶତକ (୫୨ ରନ୍, ୩୭ ବଲ, ୮ ଚୌକା) ବଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୧୪୯ ରନ୍ କରିଛି।
ସ୍କୋର ୩୧ ରନ୍ରେ ପ୍ରଥମ ଓ୍ଵିକେଟ ଭାବେ ଦକ୍ଷିଣ ଆଫ୍ରିକା ରିଜା ହେଣ୍ଡ୍ରିକ୍ସଙ୍କୁ ହରାଇଥିଲା। ସେ ୧୧ଟି ବଲ ଖେଳି ୬ ରନ୍ କରିଥିଲେ। ଦିପକ ଚହରଙ୍କ ବଲ ଓ୍ଵାସିଂଟନ ସୁନ୍ଦରଙ୍କୁ କ୍ୟାଚ୍ ଦେଇ ଓପନର ବ୍ୟାଟସ୍ମ୍ୟାନ ପାଭଲିଅନ ଫେରିଥିଲେ। ଯୁବ ବୋଲର ନଭଦୀପ ସାଇନିଙ୍କ ବଲରେ ଅଧିନାୟକ ଡି’କକ୍ ଆଉଟ୍ ହୋଇଥିଲେ।
/sambad/media/post_attachments/wp-content/uploads/2019/09/Ind-Vs-SA.jpg)
ସ୍କୋର ୮୮ ରନ୍ରେ ଦକ୍ଷିଣ ଆଫ୍ରିକା ନିଜର ଅଧିନାୟକଙ୍କୁ ହରାଇଥିବା ବେଳେ ୯୦ ରନ୍ରେ ଆଉଟ୍ ହୋଇଥିଲେ ରାସି ଭାନ୍ ଡେର୍ ଦସେନ୍। ସେ ରବୀନ୍ଦ୍ର ଜାଦେଜାଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ତେମ୍ବା ବାଭୁମା ୪୩ଟି ବଲ ଖେଳି ୪୯ ରନ୍ କରିଥିଲେ। ଏଥିରେ ୩ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଦିପକ ଚହରଙ୍କ ବଲ ରବୀନ୍ଦ୍ର ଜାଦେଜାଙ୍କୁ ଦେଇ ତେମ୍ବା ଆଉଟ୍ ହୋଇଥିଲେ। ସେ ଆଉଟ ହେବା ବେଳକୁ ନିଜ ଦଳର ସ୍କୋର ୧୨୬ ରନ୍ ଥିଲା।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ବିସ୍ଫୋରକ ବ୍ୟାଟସ୍ମ୍ୟାନ ଡେଭିଡ ମିଲର । ଦଳୀୟ ସ୍କୋର ୧୨୯ ରନ୍ ଥିବା ବେଳେ ସେ ୧୫ଟି ବଲ ଖେଳି ୧୮ ରନ କରି ପାଭଲିଅନ ଫେରିଥିଲେ। ଆନ୍ଦିଲ ଫେଲୁକ୍ୱାୟୋ ଅପରାଜିତ ୧୦ ରନ୍ ଓ ଡ୍ଵାଇନ୍ ପ୍ରିଟୋରିୟସ୍ ଅପରାଜିତ ୮ ରନ୍ କରି ପାଭଲିଅନ ଫେରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/india-south-africa-cricket.jpg)