ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ, ପଞ୍ଜାବ ଆଗରେ ୧୫୯ ରନର ଲକ୍ଷ୍ୟ ରଖିଲା ରାଜସ୍ଥାନ

ଜୟପୁର: ସ୍ଥାନୀୟ ସଓ୍ଵାଇ ମାନସିଂ ଷ୍ଟାଡିୟମଠାରେ ଅନୁଷ୍ଠିତ ଆଇପିଏଲ ୨୦୧୮ର ଏକ ଲିଗ ମ୍ୟାଚରେ ରାଜସ୍ଥାନ ରୟାଲ୍ସ କିଙ୍ଗସ ଇଲେଭେନ ପଂଜାବ ସମ୍ମୁଖରେ ୧୫୯ ରନର ବିଜୟ ଲକ୍ଷ୍ୟ ରଖିଛି । ରାଜସ୍ଥାନ ତରଫରୁ ଜସ ବଟଲର ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୫୮ ବଲରେ ୯ ଚୌକା ଓ ୧ ଛକା ସହ ୮୨ ରନ କରିଥିଲେ । ତେବେ ତାଙ୍କ ଛଡା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆବଶ୍ୟକ ଯୋଗ ଦାନ ଦେଇପାରିନଥିଲେ । ଏହା ସତ୍ତ୍ୱେ ଏହି ଦଳ ୮ ଓ୍ଵିକେଟ ହରାଇ ୧୫୮ ରନ କରିବାକୁ ସକ୍ଷମ ହୋଇଥିଲା । ପଂଜାବ ତରଫରୁ ଆଣ୍ଡ୍ରିଉ ଟାଇ ୩୪ ରନ ଦେଇ ୪ଟି ଓ୍ଵିକେଟ ନେଇଥିଲେ । ମୁଜିବୁର ରେହମାନ ମଧ୍ୟ ୨୧ ରନ ଦେଇ ୨ଟି ଓ୍ଵିକେଟ ନେଇଥିଲେ ।

ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଚଳିତ ବର୍ଷର ଆଇପିଏଲରେ ବଜାୟ ରହିବାକୁ ଏହା ହେଉଛି ରାଜସ୍ଥାନ ରୟାଲ୍ସ ପାଇଁ ଶେଷ ସୁଯୋଗ । ଦଳରେ ବେନ ଷ୍ଟୋକ୍ସ, ଜସ ବଟଲର,ଜୋଫ୍ରା ଆର୍ଚର ଓ ଜୟଦେବ ଉନାଡକଟ ପରି ବ୍ୟାଟ୍ସମ୍ୟାନ ଥିଲେ ମଧ୍ୟ ଦଳ ଏପର୍ଯ୍ୟନ୍ତ ବିଶେଷ ସଫଳତା ପାଇପାରିନାହିଁ । ଆଜି ମ୍ୟାଚକୁ ଛାଡିଦେଲେ ରାଜସ୍ଥାନ ୯ଟି ମ୍ୟାଚ ଖେଳି ମାତ୍ର ୩ଟି ବିଜୟ ଓ ୬ଟି ପରାଜୟ ସହିତ ମୋଟ ୬ ପଏଣ୍ଟ ପାଇଛି । ଅନ୍ୟପକ୍ଷରେ ପଂଜାବ ସମାନ ସଂଖ୍ୟକ ମ୍ୟାଚ ଖେଳି ୬ଟି ବିଜୟ ଓ ୩ଟି ପରାଜୟ ସହ ୧୨ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର