ଆଇପିଏଲ୍‌ ୧୧: ଏଲିମିନେଟର ମୁକାବିଲାରେ ରାଜସ୍ଥାନକୁ ୧୭୦ ରନ୍‌ ଟାର୍ଗେଟ ଦେଲା କୋଲକାତା

କୋଲକାତା: ରାଜସ୍ଥାନ ରୟାଲସ୍‌କୁ କୋଲକାତା ନାଇଟ୍‌ ରାଇଡର୍ସ ୧୭୦ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୧ତମ ସଂସ୍କରଣର ଏଲିମିନେଟର ମୁକାବିଲାରେ ବୁଧବାର ଟସ୍‌ ଜିଣି ରାଜସ୍ଥାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ କୋଲକାତା ବେଟିଂ କରିଥିଲା। କୋଲକାତାର ଇଡେନ ଗାର୍ଡେନରେ କୋଲକାତା ୨୦ ଓଭରରେ ୭ ଟି ଓ୍ଵିକେଟ ହରାଇ ୧୬୯ ରନ୍‌ ସଂଗ୍ରହ କରିବା ପରେ ରାଜସ୍ଥାନକୁ ୧୭୦ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି।

କୋଲକାତା ନାଇଟ୍‌ ରାଇଡର୍ସ ଆରମ୍ଭରୁ ହିଁ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ୪ ରନ୍‌ରେ ପ୍ରଥମ ଓ୍ଵିକେଟରେ ସୁନିଲ ନାରିନ(୪)ଙ୍କୁ ହରାଇଥିବା ବେଳେ ରାଜସ୍ଥାନର ୨ୟ ଓ୍ଵିକେଟ୍‌ରେ ରବିନ ଉଥ୍ଥାପା (୩) ପାଭଲିଅନ ଫେରିଥିଲେ। ଅଧିନାୟକ ଦିନେଶ କାର୍ତ୍ତିକ ସର୍ବାଧିକ ୫୨ ରନ୍‌ ଓ ଆନ୍ଦ୍ରେ ରସେଲ ଅପରାଜିତ ୪୯ ରନ୍‌ ଯୋଡ଼ି ଥିଲେ। ସେହିଭଳି କ୍ରିସ ଲିନ୍‌ ୧୮ ରନ୍‌, ସୁବ୍ରମନ ଗିଲ ୨୮ ରନ୍‌ ସଂଗ୍ରହ କରିଥିଲେ। ରାଜସ୍ଥାନରେ କ୍ରିଷ୍ଣପା ଗୌତମ, ଜୋଫର ଆର୍ଚ୍ଚର ଓ ବେନ୍‌ ଲୁଘଲିନ୍‌ ୨-୨ ଓ୍ଵିକେଟ୍‌ ନେଇଥିବା ବେଳେ ଶ୍ରେୟସ ଗୋପାଳ ଗୋଟିଏ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର