ଆଇପିଏଲ୍‌: ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ, ରାଜସ୍ଥାନକୁ ୧୮୩ ରନ୍‌ ଟାର୍ଗେଟ ଦେଲା ପଂଜାବ

ମୋହାଲି: ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ (୫୨ ରନ, ୪୭ ବଲ, ୩ ଚୌକା, ୨ ଛକା) ବଳରେ କିଙ୍ଗସ୍‌ ଏକାଦଶ ପଂଜାବ ମଙ୍ଗଳବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୩୨ତମ ମ୍ୟାଚରେ ୧୮୨ ରନ୍‌ କରିଛି। ମୋହାଲିସ୍ଥିତ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଟସ୍‌ ଜିଣି ରାଜସ୍ଥାନ ବୋଲିଂ ନିଷ୍ପତ୍ତି ନେବା ପରେ ପଂଜାବ ବ୍ୟାଟିଂ କରିଥିଲା। ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ ହରାଇ ୧୮୨ ରନ କରିଛି। ଫଳରେ ରାଜସ୍ଥାନକୁ ୧୮୩ ରନ ଟାର୍ଗେଟ ମିଳିଛି।

ପଂଜାବ ପକ୍ଷରୁ କ୍ରିସ ଗେଲ ୩୦ ରନ, ମୟଙ୍କ ଅଗ୍ରଓ୍ଵାଲ ୨୬ ରନ, ଡାଭିଡ ଓ୍ଵାର୍ଣ୍ଣର ୪୦ ରନ, ନିକୋଲାସ ପୋରାନ ୫ ରନ, ରବିଚନ୍ଦ୍ରନ ଅଶ୍ୱିନ ଅପରାଜିତ ୧୭ ରନ କରିଥିଲେ। ରାଜସ୍ଥାନର ଜୋଫ୍ରା ଆର୍ଚ୍ଚର ସର୍ବାଧିକ ୩ଟି ଓ୍ଵିକେଟ ନେଇଥିବା ବେଳେ ଧଓ୍ଵଲ କୁଲକର୍ଣ୍ଣି, ଜୟଦେବ ଉନାଦକଟ ଓ ଈଶ ସୋଧିଙ୍କୁ ୧-୧ ଓ୍ଵିକେଟ ମିଳିଥିଲା।

ସମ୍ବନ୍ଧିତ ଖବର