୧୯୩୪: ଇଟାଲିକୁ ପ୍ରଥମ ମୁକୁଟ

୧୯୩୪ ମସିହାରେ ଫିଫା ବିଶ୍ୱକପ୍‌ର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହୋଇଥିଲା ଇଟାଲିରେ। ପ୍ରଥମ ସଂସ୍କରଣ ଭଳି ଆୟୋଜକ ଇଟାଲି ମଧ୍ୟ ବିଜେତା ହୋଇଥିଲା। ୧୯୩୪ ମସିହା ମେ’ ୨୭ରୁ ଜୁନ୍‌ ୧୦ ତାରିଖ ପର୍ଯ୍ୟନ୍ତ ୧୫ ଦିନ ଧରି ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲ୍‌ରେ ଇଟାଲି ଚେକୋସ୍ଲୋଭାକିଆକୁ ୨-୧ରେ ହରାଇ ବିଜେତା ହୋଇଥିଲା। ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତା ପାଇଁ ଯୋଗ୍ୟତା ପର୍ଯ୍ୟାୟ ମଧ୍ୟ ଅନୁଷ୍ଠିତ ହୋଇଥିଲା। ୩୨ ଦଳକୁ ନେଇ ଯୋଗ୍ୟତା ପର୍ଯ୍ୟାୟରୁ ୧୬ ଦଳ ଭାଗ ନେଇଥିଲା। କିନ୍ତୁ ୧୯୩୦ ମସିହାରେ ଆୟୋଜକ ଉରୁଗୁଏର ନିମନ୍ତ୍ରଣକୁ ମାତ୍ର ୪ ୟୁରୋପୀୟ ଦେଶ ଗ୍ରହଣ କରିଥିବାରୁ ସେ ଏହାର ବିରୋଧ କରି ଅଂଶଗ୍ରହଣ କରିନଥିଲା। ଫଳରେ ମୁକୁଟ ହରାଇଥିଲା। ଏହି ସଂସ୍କରଣ ବିଶ୍ୱକପ୍‌କୁ ନେଇ କିନ୍ତୁ ଦୁର୍ନୀତି ଓ ଫାସିବାଦର ବିବାଦ ଘେରିଥିଲା। ଇଟାଲି ମ୍ୟାଚ୍‌ ପାଇଁ ଦେଶ ସର୍ବୋଚ୍ଚ ଶାସକ ବେନିତୋ ମୁସୋଲିନି ରେଫରି ବାଛିବା କଥା ମଧ୍ୟ ଫିଫାକୁ କଳଙ୍କିତ କରିଥିଲା।

ମ୍ୟାଚ୍‌ ଗୁଡ଼ିକ ସମୟରେ ମଧ୍ୟ ଫାସିବାଦର ପ୍ରୋତ୍ସାହନ ଅଭିଯୋଗ ଆସିଥିଲା। କିନ୍ତୁ କିଛି ପ୍ରମାଣିତ ହୋଇନ ପାରିବାରୁ ଏହା ଫସର ଫାଟିଥିଲା। ବିଜେତା ଇଟାଲି ମଧ୍ୟ ପରବର୍ତୀ ସମୟରେ ୧୯୩୬ରେ ଅଲିମ୍ପିକ୍ସ (ବର୍ଲିନ) ଏବଂ ପରବର୍ତୀ ବିଶ୍ୱକପ୍‌ (୧୯୩୮, ଫ୍ରାନ୍‌ସ)ରେ ବିଜେତା ହୋଇ ନିଜ ଦକ୍ଷତାର ପ୍ରମାଣ ରଖିଥିଲା। ଓଲ୍‌ରିଚ୍‌ ନିଜେଲି ସର୍ବାଧିକ ୫ ଗୋଲ୍‌ ଦେଇଥିଲେ। ମୋଟ ୮ ସହରରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜର୍ମାନି ଓ ଅଷ୍ଟ୍ରିଆ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିଲେ। ମୋଟ ୧୭ ମ୍ୟାଚ୍‌ ଖେଳାଯାଇଥିବାବେଳେ ମ୍ୟାଚ୍‌ ପିଛା ୨୧,୩୫୩ ଜଣ ଦର୍ଶକ ଦେଖିବା ଉଲ୍ଲେଖନୀୟ ଥିଲା। ଅଧିକାଂଶ ଦେଶ ପ୍ରଥମ ପଦାର୍ପଣ କରିଥିଲା। ଯେଉଁଥିଲେ ୧୨ ୟୁରୋପୀୟ ଦେଶରୁ ୯ଟି ଦେଶ (ଇଟାଲି, ଜର୍ମାନି, ସ୍ପେନ, ନେଦରଲାଣ୍ଡ୍‌, ହଙ୍ଗେରି, ଚେକୋସ୍ଲୋଭାକିଆ, ସ୍ୱିଡେନ୍‌, ଅଷ୍ଟ୍ରିଆ, ସ୍ୱିଜରଲାଣ୍ଡ) ସାମିଲଥିଲେ। ପ୍ରଥମ ଆଫ୍ରିକୀୟ ଦେଶ ଭାବେ ଇଜିପ୍ଟ ଭାଗନେବା ଉଲ୍ଲେଖନୀ ଥିଲା। ଏହା ପରେ ସଂଘର୍ଷ କରିଥିବା ଇଜିପ୍ଟ ୧୯୯୦ ମସିହାର ପରବର୍ତୀ ପଦାର୍ପଣ କରିଥିଲା।

ସମ୍ବନ୍ଧିତ ଖବର