୧୯୬୬: ଜନ୍ମଦାତା ଇଂଲଣ୍ଡ ଜମିଗଲା

୧୯୬୬ ମସିହାର ଅଷ୍ଟମ ଫିଫା ବିଶ୍ୱକପ୍‌ର ଆୟୋଜକ ହୋଇଥିଲା ଇଂଲଣ୍ଡ। ଶେଷରେ ବିଶ୍ୱ ଫୁଟ୍‌ବଲ୍‌ ଦରବାରରେ ସଫଳତାର ସୂତ୍ର ପାଇଥିଲା ଇଂଲଣ୍ଡ। ଫୁଟ୍‌ବଲ୍‌ ଖେଳର ଏହି ସ୍ରଷ୍ଟା ଦେଶ ବିଶ୍ୱ ବିଜେତା ହୋଇଥିଲା। ବ୍ରାଜିଲ୍‌ ହ୍ୟାଟ୍ରିକ୍‌ରୁ ବଞ୍ଚିତ ହୋଇଥିଲା। ସବୁଠାରୁ ଚମତ୍କାର ଓ ବିବାଦୀୟ ବିଶ୍ୱକପ୍‌ ଭାବେ ପରିଚିତ ରହିଥିବା ଏହି ଅଷ୍ଟମ ସଂସ୍କରଣର ଫାଇନାଲରେ ଆୟୋଜକ ଇଂଲଣ୍ଡ ୪-୨ରେ ପଶ୍ଚିମ ଜର୍ମାନିକୁ ହରାଇଥିଲା। ଲଣ୍ଡନ୍‌ର େଓ୍ଵମ୍ବଲେ୍‌ରେ ଜୁଲାଇ ୩୦ରେ ଅନୁଷ୍ଠିତ ଫାଇନାଲ୍‌ରେ ନାୟକ ସାଜିଥିଲେ ଜିଓଫ ହର୍ଷ୍ଟ। ଦୁଇଟି ଅତିରିକ୍ତ ସମୟ ଗୋଲ ସହ ହ୍ୟାଟ୍ରିକ୍‌ ଅର୍ଜନ କରି ଫାଇନାଲ ମ୍ୟାଚ୍‌ରେ ବିରଳ କୀର୍ତିମାନର ଅଧିକାରୀ ଅଛନ୍ତି ଏ ପର୍ଯ୍ୟନ୍ତ। ତାଙ୍କ ଦ୍ଵିତୀୟ ଗୋଲ୍‌ଟି ୫୨ ବର୍ଷ ପରେ ବି ବିତର୍କିତ ରହିଛି। ସେହିଭଳି ଲଗାତାର ପଞ୍ଚମ ବିଶ୍ୱକପ୍‌ ଫାଇନାଲ୍‌ରେ ପ୍ରଥମେ ଗୋଲ୍‌ ସ୍କୋର କରି ଥିବା ଦଳ ହାରିବାର ପରମ୍ପରା ଦେଖିବାକୁ ମିଳିଥିଲା। ପର୍ତୁଗାଲର ଇସେବିଓଙ୍କ ୯ ଗୋଲ ସହ ସୁବର୍ଣ୍ଣ ଜେତା ହାସଲ ସ୍ମରଣୀୟ ରହିଛି। ଇଂଲଣ୍ଡ ପ୍ରବଂଧକ ଅଲ୍‌ଫ ରାମ୍‌ସେ ୪-୨-୪ ସୂତ୍ରକୁ ପ୍ରତ୍ୟାଖାନ କରି ଦଳକୁ ୪-୪-୨ରେ ଖେଳାଇ ‘ଓ୍ଵିଙ୍ଗଲେସ୍‌ ଓ୍ଵଣ୍ଡରର୍ସ’ ଆଖ୍ୟା ପାଇଥିଲେ। ପର୍ତୁଗାଲ ତୃତୀୟ ସ୍ଥାନ ଓ ସୋଭିଏତ୍‌ ୟୁନିୟନ ଚତୁର୍ଥ ହୋଇଥିଲେ। କୋରିଆ କିନ୍ତୁ ଥିଲା ଏହି ସଂସ୍କରଣର ଅନ୍ୟତମ ଆଶ୍ଚର୍ଯ୍ୟ ଦଳ। ଅଷ୍ଟ୍ରେଲିଆକୁ ହରାଇ ଯୋଗ୍ୟତା ଅର୍ଜନ କରିଥିଲା ଏହି ଏସୀୟ ଦଳ।
ଉରୁଗୁଏ (୧୯୩୦) ଏବଂ ଇଟାଲି (୧୯୩୪) ପରେ ତୃତୀୟ ଦେଶ ଭାବେ ଇଂଲଣ୍ଡ ଆୟୋଜକ ଦେଶ ଭାବେ ବିଜେତା ହୋଇଥିଲା। କଳାଧଳାରେ ଟେଲିଭିଜନ୍‌ ପ୍ରସାରଣର ଏହା ଥିଲା ଶେଷ ସଂସ୍କରଣ। ଜର୍ମାନିର ଫ୍ରାଙ୍କ୍‌ ବେକନ୍‌ବର ଶ୍ରେଷ୍ଠ ଯୁବ ଖେଳାଳି ହୋଇଥିଲେ। ୧୬ ଦେଶ ଓ ୩୨ ମ୍ୟାଚ୍‌ରୁ ୨.୭୮ ହାରରେ ମୋଟ ୮୯ ଗୋଲ୍‌ ସ୍କୋର୍‌ ହୋଇଥିଲା।

ସମ୍ବନ୍ଧିତ ଖବର