୨ ବିଶ୍ୱକପ୍‌ ବିଜୟୀ ଟିମ୍‌ର ସଦସ୍ୟ ସେନାରେ ଯୋଗ ଦେଇ ପାରିଲେନି, ରହିଗଲା ଅବଶୋଷ

ନୂଆଦିଲ୍ଲୀ: ଦୁଇଟି ବିଶ୍ୱକପ୍‌ ବିଜୟୀ ଟିମ୍‌ର ସଦସ୍ୟ ଥିବା ଭାରତୀୟ କ୍ରିକେଟର ସୈନିକ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ। ମାତ୍ର ଦୁଃଖର ବିଷୟରେ ନିଜର ପ୍ରଥମ ଇଚ୍ଛାକୁ ପୂରଣ କରି ପାରି ନାହାନ୍ତି। ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଓପନର କହିଛନ୍ତି, ସହିଦଙ୍କ ପିଲାଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ସେ ଏକ ଫାଉଣ୍ଡେସନ୍‌ ଗଠନ କରିଛନ୍ତି ଏବଂ ଏହାରି ମାଧ୍ୟମରେ ସେ ପ୍ରେମ ବାଣ୍ଟୁଛନ୍ତି। ଦିଲ୍ଲୀର ଏହି କ୍ରିକେଟର ଏକ ପୁସ୍ତକ ଉନ୍ମୋଚନ ଅବସରରେ ସେନା ପ୍ରତି ନିଜର ଦୁର୍ବଳତାକୁ ପରିପ୍ରକାଶ କରିଛନ୍ତି।

ଏଠାରେ ଗୌତମ ଗମ୍ଭୀରଙ୍କ ବାବାଦରେ କୁହାଯାଉଛି, ଯିଏକି ବିଶ୍ୱକପ୍‌ (୨୦୦୭ରେ ବିଶ୍ୱ ଟି-୨୦ ଏବଂ ୨୦୧୧ରେ ଦିନିକିଆ ବିଶ୍ୱକପ୍‌) ବିଜୟୀ ଟିମ୍‌ର ସଦସ୍ୟ ଥିଲେ। ସୂଚନାଯୋଗ୍ୟ ଗୌତମ ଗମ୍ଭୀର ଚଳିତ ବର୍ଷ ରଣଜୀ ଟ୍ରଫି ପରେ କ୍ରିକେଟରୁ ଅବସର ନେଇଛନ୍ତି।

ଗୌତମ ଗମ୍ଭୀର ବୁଧବାର କହିଛନ୍ତି, ନିୟତିର ଏହା ଇଚ୍ଛା ଥିଲା ଏବଂ ଦ୍ୱାଦଶ ଶ୍ରେଣୀ ପଢ଼ିବା ସମୟରେ ଯଦି ମୁଁ ରଣଜୀ ଟ୍ରଫି ଖେଳି ନଥାନ୍ତି ନିଶ୍ଚିତ ଭାବରେ ସେନାରେ ଯୋଗ ଦେଇଥାନ୍ତି। ଏହା ମୋର ଇଚ୍ଛା ଥିଲା। ସୈନିକ ହୋଇ ପାରି ନଥିବାରୁ ଜୀବନରେ ଏହା ମୋ ପାଇଁ ଦୁଃଖର କାରଣ ବୋଲି ଗମ୍ଭୀର କହିଛନ୍ତି।

ସମ୍ବନ୍ଧିତ ଖବର