୨୩ ଖେଳାଳିଙ୍କ ଉପରେ ବିସିସିଆଇର ତୀକ୍ଷ୍ଣ ନଜର

ମୁମ୍ବାଇ: ଆଇପିଏଲ୍‌ ଖେଳୁଥିବା ୨୩ ଜଣ ଭାରତୀୟ ଯୁବ ଖେଳାଳିଙ୍କ ଉପରେ ବିସିସିଆଇ ତିକ୍ଷ୍ଣ ନଜର ରଖିଛି। ସେମାନଙ୍କ କାର୍ଯ୍ୟଭାରକୁ ତଦାରଖ କରୁଛି। ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ କୁହା ଯାଉଥିବା ଏହି ଖେଳାଳିମାନଙ୍କୁ ମାତ୍ରାଧିକ କାମ ନଦେବାକୁ ମଧ୍ୟ ବିସିସିଆଇ ସବୁ ଆଇପିଏଲ୍‌ ଫ୍ରାଞ୍ଚାଇଜିଙ୍କୁ ନିର୍ଦେଶ ଦେଇଛି। ଏହି ତାଲିକାରେ ରହିଛନ୍ତି ପୃଥ୍ଵୀ ସ’, ଶିବମ ମାଭି, ମୟଙ୍କ ଅଗ୍ରଓ୍ଵାଲ, ନଭଦୀପ ସାଇନି, ଅଭେଶ ଖାନ୍‌, ଶୁଭମ୍‌ ଗିଲ, କମଲେଶ ନାଗରକୋଟି, ଋଷବ ପନ୍ତ୍‌ଙ୍କ ଭଳି ଖେଳାଳି। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏହି ବିଷୟରେ କହିଛନ୍ତି ଯେ ଯୁବ ଖେଳାଳିମାନେ ହେଉଛନ୍ତି ଆମର ସମ୍ପତ୍ତି। ଭୁବନେଶ୍ୱର କୁମାରଙ୍କ ଭଳି ଅଭିଜ୍ଞ ବୋଲର ନିଜ ଶରୀର ଦକ୍ଷତା ବିଷୟରେ ଭଲ ଭାବରେ ଜାଣିଛନ୍ତି। ହେଲେ ମାଭି, ନଭଦୀପ ଓ ଅଭେଶ ଖାନଙ୍କ ଭଳି ଖେଳାଳିଙ୍କର ଏହି ବିଷୟରେ ସେତେଟା ଜ୍ଞାନ ହୋଇ ନାହିଁ। ସେଥିପାଇଁ ଆମକୁ ସେମାନଙ୍କ ସୁରକ୍ଷା କରିବାକୁ ପଡ଼ିବ। ସେମାନଙ୍କ ପ୍ରଶିକ୍ଷଣ ସୂଚୀ ଫ୍ରାଞ୍ଚାଇଜି ଏବଂ ଜାତୀୟ କ୍ରିକେଟ୍‌ ଏକାଡେମି ପ୍ରଶିକ୍ଷକଙ୍କ ମିଳିତ ପ୍ରୟାସରେ ପ୍ରସ୍ତୁତ କରାଯାଇଛି। କୌଣସି ଖେଳାଳି ଯେମିତି ମାତ୍ରାଧିକ କାର୍ଯ୍ୟଭାର ପାଇଁ ଆହତ ନ ହୁଅନ୍ତି ସେ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦିଆ ଯାଉଛି।

ସମ୍ବନ୍ଧିତ ଖବର