୨୩ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି-୨୦ରେ ଜିତିଲା ଓଡ଼ିଶା

କଟକ: ଗୁଣ୍ଟୁରରେ ଚାଲିଥିବା ୨୩ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଶୁକ୍ରବାର ଓଡ଼ିଶା ୨ ରନ୍‌ରେ ଗୋଆକୁ ହରାଇଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ଓଡ଼ିଶା ୬ ୱିକେଟ୍‌ ବିନିମୟରେ ୧୨୨ ରନ୍‌ କରିଥିଲା। କାଜଲ ଜେନା ୧୦, ଅଞ୍ଜଳି ସିଂହ ୨୬, ସଙ୍ଗୀତା ଖଡ଼ିଆ ୧୦, ପୁନମ ନାୟକ ୨୦, ମୋନାଲିସା ରାଉତ ୨୬*, ଇନ୍ଦ୍ରାଣୀ ଛତ୍ରିଆ ୧୩* ରନ୍‌ କରିଥିବା ବେଳେ ଗୋଆର ଶ୍ରେୟା ପରବ ଓ ଦିକ୍ଷା ଗୱଡେ ଦୁଇଟି ଲେଖାଏଁ ୱିକେଟ୍‌ ନେଇଥିଲେ। ୧୨୩ ରନ୍‌ ଲକ୍ଷ୍ୟକୁ ପିଛା କରିଥିବା ‌ଗୋଆ ନିର୍ଧାରିତ ଓଭରରେ ୫ ୱିକେଟ୍‌ ହରାଇ ୧୨୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ପ୍ରାରମ୍ଭିକ ଖେଳାଳି ପୂର୍ବଜା ଭେର୍ଲେକର ୫୧, ତେଜସ୍ବିନୀ ଡୁରାଗଡ଼ ୩୭ ରନ୍‌ର ପାଳି ଖେଳିଥିଲେ ବି ଅନ୍ୟମାନେ ବିଫଳ ହୋଇଥିଲେ। ବିଜୟୀ ଓଡ଼ିଶା ଦଳର ତରନ୍ନା ପ୍ରଧାନ, ଲୁଇଶା ଦାଶ ଓ ଅଞ୍ଜଳି ସିଂହ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଶନିବାର ପରବର୍ତ୍ତୀ ମ୍ୟାଚ୍‌ରେ ଓଡ଼ିଶାର ମୁକାବିଲା ଚଣ୍ଡୀଗଡ଼ ସହ ହେବ।

ସମ୍ବନ୍ଧିତ ଖବର