୨୩ ବର୍ଷରୁ କମ୍ ମହିଳା ଟ୍ବେଣ୍ଟି-୨୦: ଓଡ଼ିଶା ୧୧୮ ରନ୍‌ରେ ବିଜୟୀ

ବନେଶ୍ବର: ଆନ୍ଧ୍ରପ୍ରଦେଶର ଗୁଣ୍ଟୁରସ୍ଥିତ ଆରଭିଆର୍ ଜେସି କଲେଜ୍ ପଡ଼ିଆରେ ଖେଳା ଯାଉଥିବା ୨୩ ବର୍ଷରୁ କମ୍ ମହିଳା ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ଓଡ଼ିଶା ୧୧୮ ରନ୍‌ର ବିଶାଳ ବ୍ୟବଧାନରେ ଅରୁଣାଚଳ ପ୍ରଦେଶକୁ ପରାସ୍ତ କରିଛି। ଏହି ଏକତରଫା ମ୍ୟାଚ୍‌ରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ଅଞ୍ଜଳି ସିଂହଙ୍କ ୪୮ ରନ୍ ସହ ଶୁଭ୍ରା ସ୍ବାଇଁ (୪୬*) ଏବଂ ପୁନମ ନାୟକ (୩୨*)ଙ୍କ ମଧ୍ୟରେ ହୋଇଥିବା ୫୮ ରନ୍‌ର ଅବିଭାଜିତ ତୃତୀୟ ୱିକେଟ୍ ଭାଗୀଦାରି ବଳରେ ନିର୍ଧାରିତ ୨୦ ଓଭରରେ ମାତ୍ର ୨ ୱିକେଟ୍ ହରାଇ ୧୬୧ରନ୍ କରିଥିଲା। ଏହାର ଜବାବରେ ଅରୁଣାଚଳ ଓଡ଼ିଶା ବୋଲରଙ୍କ ସଠକ୍ ମୁକାବିଲା କରି ନପାରି ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୪୩ ରନ୍ କରି ପାରିଥିଲା। ଆଉଟ୍ ହୋଇଥିବା ୮ଜଣ ଯାକ ବ୍ୟାଟର୍‌ ଏକ ଅଙ୍କ ଆଗକୁ ବଢ଼ି ପାରି ନଥି‌ଲେ। ଓଡ଼ିଶା ପକ୍ଷରୁ ଲୁଇସା ଦାସ ଓ ସଙ୍ଗୀତା ଖଡ଼ିଆ ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ନିବେଦିତା ନାୟକ, ଶୁଭ୍ରା ସ୍ବାଇଁ ଓ ପୁନମ ନାୟକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ସମ୍ବନ୍ଧିତ ଖବର