କ୍ରିକେଟ ଖେଳର ଗୋଟିଏ ଫଟୋ ଓ ସେଥିରେ ଥିବା ରୋଚକ ତଥ୍ୟ ନେଇ ସବୁଆଡେ ଚର୍ଚ୍ଚା ହେଉଛି । ଏଥିରେ କୁହାଯାଇଛି ଯେ ଗୋଟିଏ ମ୍ୟାଚ୍ରେ ୧ ବଲ୍ରେ ୨୮୬ ରନ୍ ହୋଇଥିଲା , କିନ୍ତୁ ଏହା କିପରି ସମ୍ଭବ? କ୍ରିକେଟ ଦୁନିଆରେ ଏପରି କିଛି ନିୟମ ନାହିଁ ଯେ ୧ ବଲ୍ରେ ୨୮୬ ରନ୍ ହୋଇପାରିବ । କିନ୍ତୁ ଏପରି ନିୟମ ଅଛି ଯେଉଁଥିରେ ବ୍ୟାଟ୍ସମ୍ୟାନ ଦୌଡି ୨୮୬ ରନ୍ କରିପାରିବେ, ଯାହା ଏହି ଫଟୋରେ ଲେଖା ହୋଇଛି । ଆସନ୍ତୁ ଜାଣିବା ଏହା ପଛର କାହାଣୀ…
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣା ପଶ୍ଚିମ ଅଷ୍ଟ୍ରେଲିଆରେ ଘଟିଥିଲା। ୧୫ ଜାନୁଆରି ୧୮୯୪ ସମୟର କଥାା ଏହି ମ୍ୟାଚରେ ଭିକ୍ଟୋରିଆ ଓ ସ୍କ୍ରାଚି ଏକାଦଶ ମଧ୍ୟରେ ଖେଳା ଯାଉଥିଲା ମ୍ୟାଚର ପ୍ରଥମ ବଲ୍ରେ ବ୍ୟାଟ୍ସମ୍ୟାନ ଏକ ଲମ୍ବା ସଟ୍ ମାରିଦେଇଥିଲେ ଯାହା ଫଳରେ ବଲ୍ଟି ପଡିଆ ମଝିରେ ଥିବା ଏକ ଗଛରେ ଲାଗି ଯାଇଥିଲା । ଏହା ପରେ ପଡିଆରେ ଦୁଇ ବ୍ୟାଟ୍ସମ୍ୟାନ ଲଗାତାର ଦୌଡିବାରେ ଲାଗିଥିଲେ । ବଲ୍ ଗଛରୁ ତଳକୁ ଆଣିବା ଭିତରେ ଦୁଇ ବ୍ୟାଟ୍ସମ୍ୟାନ ୨୮୬ ରନ୍ ନେଇ ଯାଇଥିଲେ, ଏଥି ମଧ୍ୟରେ ପାଖାପାଖି ଉଭୟ ୬ କିଲୋମିଟର ଦୌଡି ସାରିଥିଲେ । ଫିଲ୍ଡିଂ ଟିମ୍ର ଖେଲାଳି ଅମ୍ପାୟାରଙ୍କୁ ବଲ୍ ହଜି ଯାଇଛି ବୋଲି ଘୋଷଣା କରିବାକୁ କହିଥିଲେ କାରଣ ବ୍ୟାଟ୍ସମ୍ୟାନ ରନ୍ ନେବାରୁ ବଞ୍ଚିତ ହେବେ । କିନ୍ତୁ ବଲ୍ଟି ଗଛରେ ଥିବା ଦେଖା ଯାଉଥିବାରୁ ଅମ୍ପାୟାର ବଲ୍ ହଜିଯାଇଥିବା ଘୋଷଣା କରିନଥିଲେ ।
ଏହା ପରେ ଗଛକୁ କାଟିବା ପାଇଁ କଟୁରି ଖୋଜା ଯାଇଥିଲା କିନ୍ତୁ କଟୁରି ମିଳି ନ ଥିଲା । ତା’ପରେ ଜଣେ ଖେଳାଳି ନିଜ ବନ୍ଧୁକ ଆଣି ବଲ୍କୁ ଗୁଳି କରି ତଳକୁ ଖସାଇଥିଲେ, ଏହା ଭିତରେ ଖେଳାଳି ନିଜର ଧୈର୍ଯ୍ୟ ହରାଇସାରିଥିଲେ ସେଥିପାଇଁ କେହି ବି ବଲ୍କୁ କ୍ୟାଚ୍ କରିପାରିନ ଥିଲେ।