ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଲର୍ଡସ୍ ଷ୍ଟାଡିୟମରେ ୫ ଟେଷ୍ଟ ମ୍ୟାଚ୍ର ୨ୟ ମୁକାବିଲାରେ ଭାରତ ୨ଟି ଓ୍ଵିକେଟ୍ ହରାଇ ୧୧ ରନ୍ ସଂଗ୍ରହ କରିଛି। ପ୍ରଥମ ଦିନ ବର୍ଷା ଯୋଗୁଁ ଖେଳ ବନ୍ଦ ଥିବା ବେଳେ ୨ୟ ଦିବସରେ ଶୁକ୍ରବାର ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ରିପୋର୍ଟ ଲେଖାଯିବା ବେଳକୁ ଅଧିନାୟକ ବିରାଟ କୋହଲି ଓ ଚେତେଶ୍ୱର ପୂଜାରା କ୍ରିଜ୍ରେ ଅଛନ୍ତି। ବର୍ଷା ଯୋଗୁଁ ମ୍ୟାଚ୍ ୬.୨ ଓଭରରେ ଅଟକିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବର୍ଷା ଯୋଗୁଁ ପ୍ରଥମ ଦିନ ଗୁରୁବାର ଟସ୍ ମଧ୍ୟ ପଡ଼ି ପାରି ନଥିଲା। ଆଜି ନିର୍ଦ୍ଧାରିତ ସମୟରେ ଟସ୍ ପଡ଼ିଥିବା ବେଳେ ଇଂଲଣ୍ଡ ଅଧିନାୟକ ଜୋଏ ରୁଟ୍ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଇଂଲଣ୍ଡକୁ ଓଦା ପିଚ୍ରୁ ଲାଭ ମିଳିଛି। ଭାରତୀୟ ଓପନର ମୁରଲୀ ବିଜୟ ୫ଟି ବଲ୍ ସମ୍ମୁଖୀନ ହୋଇ ଖାତା ଖୋଲିବା ପୂର୍ବରୁ ଜେମସ୍ ଆଣ୍ଡରସନ୍ଙ୍କ ପ୍ରଥମ ଓଭରର ୫ମ ବଲରେ ବୋଲ୍ଡ ହୋଇଥିଲେ।
ସେହିଭଳି ଜେମ୍ସ ଆଣ୍ଡରସନ୍ଙ୍କ ୨ୟ ଶିକାର ହୋଇଥିଲେ ଲୋକେଶ ରାହୁଳ। ଲୋକେଶ ୧୪ଟି ବଲ ଖେଳି ୨ଟି ଚୌକା ମାଧ୍ୟମରେ ୮ ରନ୍ ଯୋଡ଼ିବା ପରେ ବୋଲ୍ଡ ହୋଇ ପାଭଲିଅନ୍କୁ ଫେରିଥିଲେ।