୩୬୫ କରାଟେକାଙ୍କୁ ବେଲ୍‌ଟ ଓ ସାର୍ଟିଫିକେଟ

ଭୁବନେଶ୍ବର : ଉତ୍କଳ କରାଟେ ସ୍କୁଲ୍‌ରେ ଆୟୋଜିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୩୬୫ କରା‌ଟେକା ବିଭିନ୍ନ ବେଲ୍‌ଟ ଓ ସାର୍ଟିଫିକେଟ ପାଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦୦ ଜଣ ହଳଦିଆ, ୧୦୦ ଜଣ କମଳା, ୬୦ ଜଣ ସବୁଜ, ୭୦ ଜଣ ନୀଳ ଏବଂ ୩୫ ଜଣ ବାଇଗଣୀ ବେଲ୍‌ଟ ପରୀକ୍ଷାରେ କୃକତାର୍ଯ୍ୟ ହୋଇଛନ୍ତି। ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ତଥା ଭାରତୀୟ କରାଟେ ସଂଘ (କାଇ)ର ଉପସଭାପତି ଓ ବୈଷୟିକ ନିର୍ଦେଶକ ଡ. ହରିପ୍ରସାଦ ପଟ୍ଟନାୟକ, ସପ୍ତମ ଡାନ୍‌ ବ୍ଲାକ୍‌ ବେଲ୍‌ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବରିଷ୍ଠ ପ୍ରଶିକ୍ଷକ ସେନ୍‌ସେଇ ଖାରବେଳ ମଲ୍ଲିକ, ଗୌରୀ ମହାନ୍ତି, ସନ୍ଦୀପ ମହାନ୍ତି, ଦିଲୀପ ଜେନା, ଅନୁପମା ସ୍ବାଇଁ, କୃଷ୍ଣଚନ୍ଦ୍ର ମହାରଣା, କ୍ରିଷ୍ଣା ଶିକାରୀ, ମହେଶ ଦୋରା, ବାସୁଦେବ, ଅମୀୟ ସାହୁ, ସତ୍ୟଶ୍ରୀ ଜେନା, ଅନୁରାଧା, ସୁସ୍ମିନ୍‌ ପାଲଟାସିଂହ ପରୀକ୍ଷା ପରିଚାଳନା କରିଥିଲେ। ଆସନ୍ତା ଫେବ୍ରୁଆରି ୨୮ରେ ସ୍କୁଲ୍‌ ପରିସର‌ରେ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ ଶିବିର ଓ ବ୍ଲାକ୍‌ ବେଲ୍‌ଟ ପରୀକ୍ଷା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର