ସ୍ୱପ୍ନ ରହିଗଲା ସ୍ୱପ୍ନରେ; ୪ ରନ୍‌ରେ ନ୍ୟୁଜିଲାଣ୍ଡ ଠାରୁ ହାରିଲା ଭାରତ, ହାତେଇ ପାରିଲାନି ସିରିଜ୍‌

ହାମିଲ୍‌ଟନ୍‌: ହାମିଲ୍‌ଟନ୍‌ଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ତିନି ଦିନିକିଆ ବିଶିଷ୍ଟ୍‍ ଟି-୨୦ ସିରିଜ୍‌ରେ ରବିବାର ଭାରତ ୪ ରନ୍‌ରେ ପରାସ୍ତ ହୋଇଛି।

ପ୍ରଥମେ ଟସ୍‌ ଜିତି ନ୍ୟୁଜିଲାଣ୍ଡକୁ ଭାରତ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ ଜଣାଇବା ସହ ନିଜେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା। ପ୍ରଥମ ପାଳିରେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭର୍‌ ଖେଳି ୪ ଓ୍ଵିକେଟ୍‌ ବିନିମୟରେ ୨୧୨ ରନ୍‌ ସଂଗ୍ରହ କରିଥିଲା।

ବିଜୟ ଲକ୍ଷ୍ୟ ହାସଲ ପାଇଁ ଭାରତୀୟ ଦଳ ୨୧୩ ରନ୍‌ର ପିଛା କରି ୬ ଓ୍ଵିକେଟ୍‌ ହରାଇ ୨୦ ଓଭର୍‌ରେ ମାତ୍ର ୨୦୭ ରନ୍‌ ସଂଗ୍ରହ କରିପାରିଥିଲା। ଫଳରେ ଭାରତ ୪ ରନ୍‌ରେ ପରାଜୟ ହୋଇଛି। ଭାରତ ପକ୍ଷରୁ ଶିଖର ଧାଓ୍ଵନ ୫, ରୋହିତ ଶର୍ମା ୩୮, ବିଜୟ ଶଙ୍କର ୪୩, ରିସଭ୍‌ ପନ୍ତ ୨୮, ହାର୍ଦ୍ଦିକ ପାଣ୍ଡ୍ୟା ୨୧, ମହେନ୍ଦ୍ର ସିଂହ ଧୋନି ୨ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇ ଯାଇଥିବା ବେଳେ ଦିନେଶ କାର୍ତ୍ତିକ ୩୩ ଓ କ୍ରୁଣାଲ ପାଣ୍ଡ୍ୟା ୨୬ ରନ୍‌ କରି ଅପରାଜିତ ରହିଥିଲେ।

ତେବେ, ଭାରତ ଆଜିର ମ୍ୟାଚ୍‌କୁ ହାରିଥିବା ଫଳରେ ନିଉଜିଲାଣ୍ଡ୍‌ ୨-୧ରେ ଏହି ୩ ଟିକିଆ ବିଶିଷ୍ଟ ଟି-୨୦କୁ ହାତେଇଛି।

ସମ୍ବନ୍ଧିତ ଖବର