ବିଶ୍ୱ କପ୍‌ ମହିଳା ହକି ଦଳରେ ୪ ଓଡ଼ିଆ ଖେଳାଳି

ନୂଆଦିଲ୍ଲୀ:: ଆସନ୍ତା ଜୁଲାଇ ୨୧ ତାରିଖରୁ ଅଗଷ୍ଟ ୫ ତାରିଖ ଯାଏ ଇଂଲଣ୍ଡରେ ମହିଳା ବଶ୍ୱ କପ୍‌ ହକି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍‌ଟରେ ଭାଗନେବାକୁ ଯାଉଥିବା ୧୮ ଜଣିଆ ଭାରତୀୟ ମହିଳା ହକି ଦଳର ନାମଅାଜି ଘୋଷଣା କରାଯାଇଛି। ଦଳର ନେତୃତ୍ୱ ପରଓ୍ଵାର୍ଡ ଖେଳାଳୀ ରାଣୀ ରାମପାଲ ନେଉଥିବା ବେଳେ ଏହି ସ୍କ୍ଵାଡ୍‌ରେ ୪ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି।
ଆଜି ଘୋଷଣା ହୋଇଥିବା ଭାରତୀୟ ହକି ଟିମ୍‌ରେ ଭରସା ଯୋଗ୍ୟ ମହିଳା ଡିଫେଣ୍ଡର ସୁନୀତା ଲାକ୍ରା ଓ ଦୀପଗ୍ରେସ ଏକ୍କା ସ୍ଥାନ ପାଇଥିିବା ବେଳେ ମିଡ ଫିଲ୍‌ଡର ନମିତା ଟପ୍ପୋ, ଲିଳିମା ମିଞ୍ଜ ମଧ୍ୟ ସ୍ଥାନ ବଜାୟ ରଖିଛନ୍ତି। ଭାରତ ବିଶ୍ୱକପ୍‌ର ପୁଲ ବି ରେ ଇଂଲଣ୍ଡ, ଆମେରିକା ଓ ଆୟାରଲ୍ୟାଣ୍ଡ ସହିତ ସ୍ଥାନ ପାଇଛି।
ଭାରତୀୟ ଦଳ: ଗୋଲ କିପର- ସବିତା, ରଜନୀ,
ଡିଫେଣ୍ଡର – ସୁନୀତା ଲାକ୍ରା, ଦୀପଗ୍ରେସ ଏକ୍କା, ଦୀପିକା, ଗୁରଜିତ କୌର, ରୀନା ଖୋଖର,
ମିଡ ଫିଲଡ୍‌ର- ନମତା ଟପ୍ପୋ, ଲିଳିମା ମିଞ୍ଜ, ମୋନିକା, ନେହା ଗୋୟଲ, ନଭଜ୍ୟୋତ କୌର, ନିକି ପ୍ରଧାନ.
ଫରଓ୍ଵାର୍ଡ- ଅଧିନାୟିକା ରାଣୀ ରାମପାଲ,ବନ୍ଦନା କଟରିଆ, ନବନୀତ କୌର, ଲାଲରେମ୍‌ସିଆମି ଓ ଉଦିତା।

ସମ୍ବନ୍ଧିତ ଖବର