ସାଫ୍‌ ସ୍ୱର୍ଣ୍ଣ ଜିତିଲେ ୪ ଓଡ଼ିଆ ଝିଅ

ଫାଓ ଦେବ ୫ ହଜାର ଲେଖାଏଁ ପୁରସ୍କାର

କଟକ: ଭୁଟାନ୍‌ରେ ଶେଷ ହୋଇଥିବା ୧୫ ବର୍ଷରୁ କମ୍‌ ସାଫ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଭାରତ ବିଜେତା ହୋଇଛି। ଓଡ଼ିଶାରୁ ୪ ଜଣ ଖେଳାଳି ଜ୍ୟୋତି କୁମାରୀ, ମଞ୍ଜୁ ଗଞ୍ଜୁ, ସଙ୍ଗୀତା ଦାସ, ସରିତା ସୋରେଙ୍ଗ ଭାରତୀୟ ଦଳରେ ସାମିଲ ହୋଇଥିଲେ। ରାଜ୍ୟ ଫୁଟ୍‌ବଲ ସଂଘ ଫାଓ ପକ୍ଷରୁ ଓଡ଼ିଶାର ପ୍ରତ୍ୟେକ ଖେଳାଳିଙ୍କୁ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦେବାକୁ ଘୋଷଣା କରାଯାଇଛି। ପ୍ରତିଯୋଗିତା ପାଇଁ ଜୁଲାଇ ୧୫ରୁ ଅଗଷ୍ଟ ୬ ତାରିଖ ପର୍ଯ୍ୟନ୍ତ କଟକରେ ଭାରତୀୟ ଦଳର ଶିବିର ଚାଲିଥିଲା। ଶନିବାର ଫାଇନାଲ୍‌ରେ ଭାରତ ୧-୦ ଗୋଲ୍‌ରେ ଗତ ଥରର ବିଜେତା ବାଂଲାଦେଶକୁ ପରାସ୍ତ କରିଥିଲା। ବିଜୟୀ ଦଳ ପାଇଁ ସୁନିତା ମୁଣ୍ଡା ୬୭ ମିନିଟ୍‌ରେ ଏହି ଗୋଲ୍‌ ଦେଇଥିଲେ। ପ୍ରତିଯୋଗିତାରେ ଭାରତୀୟ ବାଳିକାମାନେ ମୋଟ ୧୬ଟି ଗୋଲ୍‌ ଦେଇଥିଲା ବେଳେ ମାତ୍ର ଗୋଟିଏ ବରଣ କରିଥିଲେ। ପ୍ରିୟଙ୍କା ଦେବୀଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର