ସାଉଥହାମ୍ପଟନ ଟେଷ୍ଟ : ଭାରତ ଆଗରେ ୪୬୪ରନର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କଲା ଇଂଲାଣ୍ଡ

ସାଉଥହାମ୍ପଟନ : ସାଉଥହାମ୍ପଟନ ଟେଷ୍ଟରେ ଘରୋଇ ଇଂଲାଣ୍ଡ ଦଳ ଭାରତ ଆଗରେ ୪୬୪ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହା ପୂର୍ବରୁ ନିଜର ଅନ୍ତିମ ଟେଷ୍ଟ ଖେଳୁଥିବା ଇଂଲାଣ୍ଡ ବ୍ୟାଟ୍ୟମ୍ୟାନ ଆଲଷ୍ଟେର କୁକ ଏକ ଚିତ୍ତାକର୍ଷକ ଶତକ ହାସଲ କରି କ୍ରିକେଟକୁ ଅଲବିଦା କହିଥିଲେ । ସେ ନିଜର ଏହି ଅନ୍ତିମ ଟେଷ୍ଟ ଭାରତ ବିପକ୍ଷରେ ଖେଳି ଏକ ଆକର୍ଷଣୀୟ ୧୪୭ ରନ କରି ଆଉଟ ହୋଇଛନ୍ତି । ସେ ନିଜର ପ୍ରଥମ ଟେଷ୍ଟ ଖେଳୁଥିବା ହନୁମା ବିହାରୀଙ୍କ ବଲରେ ସେ ରିଷଭ ପନ୍ତଙ୍କ ହାତରେ ଧରା ପଡିଥିଲେ । ଅନ୍ୟପକ୍ଷରେ ଇଂଲାଣ୍ଡ ଦଳର ଅଧିନାୟକ ଜୋଏ ରୁଟ ମଧ୍ୟ ଆକର୍ଷଣୀୟ ୧୨୫ ରନ କରି ନିଜ ଦଳକୁ ଏକ ଦୃଢ ସ୍ଥିତିକୁ ନେଇଯାଇଛନ୍ତି । ସ୍କୋର ୮ ଓ୍ଵିକେଟରେ ୪୨୩ରନ ହୋଇଥିବାବେଳେ ଦଳ ଇଂନିସ ସମାପ୍ତି ଘୋଷଣା କରିଥିଲା । ଏହା ଫଳରେ ଭାରତ ଆଗରେ ୪୬୪ରନର ବିଶାଲ ଲକ୍ଷ୍ୟ ରହିଛି ।

ସମ୍ବନ୍ଧିତ ଖବର