୪ର୍ଥ ଟେଷ୍ଟ: ଇଂଲଣ୍ଡର ସ୍କୋର ୨୬୦/୮, ୨୩୩ ରନ୍‌ ଆଗରେ

ସାଉଥମ୍ପଟନ୍‌: ଇଂଲଣ୍ଡ ୮ମ ଓ୍ଵିକେଟ ହରାଇଛି। ସାଉଥମ୍ପଟନରେ ୫ ଟେଷ୍ଟ ମ୍ୟାଚର ୪ର୍ଥ ମୁକାବିଲାର ଶନିବାର ୩ୟ ଦିନ ଖେଳ ଶେଷ ହେବା ବେଳକୁ ୮ଟି ଓ୍ଵିକେଟ୍‌ ହରାଇ ୨୬୦ରନ୍‌ ସଂଗ୍ରହ କରିଛି। ଫଳରେ ଇଂଲଣ୍ଡ ୨୩୩ ରନ୍‌ ଆଗରେ ଅଛି।
ଇଂଲଣ୍ଡ ପକ୍ଷରୁ ଜୋସ୍‌ ବଟଲର୍‌ ସର୍ବାଧିକ ୬୯ ରନ୍‌ ସଂଗ୍ରହ କରିଛନ୍ତି। ଅଧିନାୟକ ଜୋଏ ରୁଟ୍‌ ୪୮ ରନ୍‌ ସଂଗ୍ରହ କରିଥିଲେ। କେତନ ଜେନିଙ୍ଗସ୍‌ ୩୬ ରନ୍‌ ଯୋଡ଼ିଥିବା ବେଳେ ବେନ୍‌ ଷ୍ଟୋକସ୍‌ ୩୦ ରନ୍‌ ସଂଗ୍ରହ କରିଥିଲେ। ଜନି ବେୟାରଷ୍ଟୋ ଖାତା ଖୋଲି ନପାରି ପାଭଲିଅନ୍‌ ଫେରି ଆସିଥିଲେ।

୨ୟ ଇନିଂସରେ ଇଂଲଣ୍ଡ ୩ୟ ଓ୍ଵିକେଟ ଭାବରେ ଜେନିଙ୍ଗସ୍‌ଙ୍କୁ ହରାଇଥିଲା। ସେତେବେଳକୁ ସ୍କୋର ୯୨ ରନ୍‌ ଥିଲା। ଦଳୀୟ ସ୍କୋର ୯୨ ରନ୍‌ରେ ମଧ୍ୟ ବେୟାରଷ୍ଟୋ ଆଉଟ୍‌ ହୋଇଥିଲେ। ୧୨୨ ରନ୍‌ରେ ରୁଟ୍‌, ୧୭୮ ରନ୍‌ରେ ବେନ୍‌ ଷ୍ଟୋକସ୍‌ ଓ ୨୩୩ ରନ୍‌ରେ ବଟଲର୍‌ ଆଉଟ୍‌ ହୋଇଥିଲେ। ଓପନ୍‌ର ଆଲିଷ୍ଟର କୁକ୍‌ଙ୍କ ପରେ ମୋଇନ୍‌ ଅଲି ଆଉଟ୍‌ ହୋଇ ପାଭ୍‌ଲିଅନ୍‌ ଫେରି ଆସିଥିଲେ। ଆଜି ଖେଳ ଆରମ୍ଭରୁ ଇଂଲଣ୍ଡ କୁକ୍‌(୧୨)ଙ୍କୁ ହରାଇଥିଲା। କୁକ୍‌ ୩୯ଟି ବଲ୍‌ ଖେଳି ଯଶପ୍ରୀତ ବୁମରାଙ୍କ ବଲ୍‌ କେଏଲ୍‌ ରାହୁଲଙ୍କୁ କ୍ୟାଚ୍‌ ଦେଇଥିଲେ। ଭାରତର ୨ୟ ଶିକାର ହୋଇଛନ୍ତି ମୋଇନ୍‌ ଅଲି(୯)। ମୋଇନ୍‌ ୧୫ଟି ବଲ୍‌ରୁ ଏହି ରନ୍‌ ସଂଗ୍ରହ କରି ଈଶାନ୍ତ ଶର୍ମାଙ୍କ ରାହୁଲଙ୍କୁ କ୍ୟାଚ ଦେଇଥିଲେ।

ଭାରତୀୟ ବୋଲର ମହମ୍ମଦ ସାମିଙ୍କୁ ୩, ଈଶାନ୍ତ ଶର୍ମାଙ୍କୁ ୨ ଓ୍ଵିକେଟ୍‌ ମିଳିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ଓ ଯଶପ୍ରୀତ ବୁମରାଙ୍କୁ ୧-୧ ଓ୍ଵିକେଟ୍‌ ମିଳିଛି।

ଚେତେଶ୍ୱର ପୂଜାରାଙ୍କ ୧୫ତମ ଶତକ ବଳରେ ଭାରତ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଇନିଂସରେ ୮୪.୫ ଓଭର ଖେଳି ସମସ୍ତ ଓ୍ଵିକେଟ୍‌ ହରାଇ ୨୭୩ ରନ୍‌ ସଂଗ୍ରହ କରିଥିଲା। ଭାରତ ପ୍ରଥମ ଇନିଂସ ଆଧାରରେ ୨୭ ରନ୍‌ରେ ଅଗ୍ରଣୀ ଥିଲା।

ସମ୍ବନ୍ଧିତ ଖବର