ଭାରତ ବିପକ୍ଷରେ ଶୃଙ୍ଖଳା ଜିତିଲା ଇଂଲଣ୍ଡ, ୪ର୍ଥ ଟେଷ୍ଟରେ ୬୦ ରନ୍‌ରେ ଟିମ୍‌ ଇଣ୍ଡିଆ

ସାଉଥମ୍ପଟନ୍‌: ଭାରତ ବିପକ୍ଷରେ ଇଂଲଣ୍ଡ ୩ଟି ମୁକାବିଲା ଜିତି ଚଳିତ ଶୃଙ୍ଖଳାରେ ବିଜୟୀ ହୋଇଛି। ଭାରତ ୪ର୍ଥ ଟେଷ୍ଟରେ ଇଂଲଣ୍ଡ ଠାରୁ ୬୦ ରନ୍‌ରେ ପରାସ୍ତ ହୋଇଛି। ୨୪୫ ରନ୍‌ ବିଜୟ ଲକ୍ଷ୍ୟ ନେଇ ଶେଷ ଇନିଂସ ବ୍ୟାଟିଂ କରିଥିବା ଭାରତ ସମସ୍ତ ଓ୍ଵିକେଟ୍‌ ହରାଇ ୧୮୪ ରନ ସଂଗ୍ରହ କରିଛି। ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ସମସ୍ତ ଓ୍ଵିକେଟ୍‌ ହରାଇ ୨୭୧ ରନ୍‌ରେ ଅଲ୍‌ ଆଉଟ୍‌ ହେବା ପରେ ଏହି ଲକ୍ଷ୍ୟ ମିଳିଥିଲା। ଭାରତ ପ୍ରଥମ ଇଂନିସରେ ୨୭୩ ରନ୍‌ ସଂଗ୍ରହ କରିଥିଲା କିନ୍ତୁ ପ୍ରଥମ ଇନିଂସରେ ଇଂଲଣ୍ଡ ସମସ୍ତ ଓ୍ଵିକେଟ୍‌ ହରାଇ ୨୪୬ ରନ୍‌ ଯୋଡ଼ିଥିଲା। ୪ର୍ଥ ଇନିଂସରେ ଭାରକୁ ଏହି ଟେଷ୍ଟ ଜିତିବା ପାଇଁ ୨୪୫ ରନ୍‌ ଆବଶ୍ୟକ ଥିଲା।

ଇଂଲଣ୍ଡର ବୋଲର ମୋଇନ୍‌ ଅଲି ୪ଟି ଓ୍ଵିକେଟ୍‌ ନେଇଛନ୍ତି। ଜେମସ୍‌ ଆଣ୍ଡରସନ୍‌ ଓ ବେନ୍‌ଷ୍ଟେକସ୍‌ ୨-୨ ଓ୍ଵିକେଟ୍‌ ନେଇଥିବା ବେଳେ ଷ୍ଟୁଆର୍ଟ ବ୍ରଡ ଓ ସାମ କୁରେନ୍‌ଙ୍କୁ ୧-୧ ଓ୍ଵିକେଟ୍‌ ମିଳିଛି।

ସାଉଥମ୍ପଟନରେ ୫ ଟେଷ୍ଟ ମ୍ୟାଚର ୪ର୍ଥ ମୁକାବିଲାରେ ରବିବାର ୪ର୍ଥ ଦିନ ଭାରତ ୩ଟି ଓ୍ଵିକେଟ୍‌ ହରାଇ ୨୨ ରନ୍‌ ଯୋଡ଼ିଥିବା ୪ର୍ଥ ଓ୍ଵକେଟ୍‌ରେ ଅଧିନାୟକ ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ ୧୦୧ ରନ୍‌ ଭାଗିଦାରୀ ହୋଇ ପାରିଥିଲେ। କୋହଲି ୧୩୦ଟି ବଲ୍‌ ଖେଳି ୫୮ ରନ୍‌ ଯୋଡ଼ିବା ପରେ ମୋଇଡ଼ ଅଲିଙ୍କ ବଲ୍‌ ଆଲିଷ୍ଟର କୁକୁଙ୍କୁ କ୍ୟାଚ୍‌ ଦେଇଥିଲେ। ସେହିଭଳି ରାହାଣେ ୧୫୯ଟି ବଲ୍‌ ଖେଳି ୫୧ ରନ୍‌ ସଂଗ୍ରହ କରିଥିଲେ।

ଭାରତ ୧୨୩ ରନ୍‌ରେ ୪ର୍ଥ ଓ୍ଵିକେଟ୍‌ ଭାବରେ ବିରାଟ କୋହଲିଙ୍କୁ ହରାଇଥିଲା। ସେହିଭଳି ୧୨୭ ରନ୍‌ ହାର୍ଦ୍ଦିକ ପାଣ୍ଡ୍ୟା, ୧୫୦ ରନ୍‌ରେ ଋଷଭ ପନ୍ଥ, ୧୫୩ ରନ୍‌ରେ ଆଜିଙ୍କ୍ୟ ରାହାଣେ, ୧୫୪ ରନ୍‌ରେ ଈଶାନ୍ତ ଶର୍ମା ଓ ୧୬୩ ରନ୍‌ରେ ମହମ୍ମଦ ସାମି ଆଉଟ୍‌ ହୋଇଥିଲେ।

ଏହା ପୂର୍ବରୁ ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଚେତେଶ୍ୱର ପୂଜାରା ୫ ରନ୍‌ କରି ଜେମସ୍‌ ଆଣ୍ଡରସନ୍‌ଙ୍କ ବଲ୍‌ରେ ଏଲ୍‌ବିଡବ୍ଲୁ ହୋଇଥିଲେ। ସେହିପରି ଓପନର ଲୋକେଶ ରାହୁଲ ଷ୍ଟୁଆର୍ଟ ବ୍ରୋଡ଼ଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଧାଓ୍ଵନ୍‌ ୨୯ଟି ବଲ୍‌ ଖେଳି ୧୭ ରନ୍‌ ଯୋଡ଼ିଥିଲେ। ସେ ଆଣ୍ଡରସନ୍‌ଙ୍କ ବଲ ବେନ୍‌ ଷ୍ଟୋକସ୍‌କୁ କ୍ୟାଚ ଦେଇ ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର