୪ର୍ଥ ଟେଷ୍ଟ: ୨୪୫ ରନ୍‌ ଜବାବ୍‌ରେ ଭାରତର ନୈରାଶ୍ୟ ଜନକ ଆରମ୍ଭ, ରାହୁଲ-ପୂଜାରାଙ୍କ ପରେ ଫେରିଲେ ଧାଓ୍ଵନ୍‌

0 273

ସାଉଥମ୍ପଟନ୍‌: ଇଂଲଣ୍ଡ ୪ର୍ଥ ଟେଷ୍ଟରେ ଭାରତକୁ ବିଜୟ ପାଇଁ ୨୪୫ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି। ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ସମସ୍ତ ଓ୍ଵିକେଟ୍‌ ହରାଇ ୨୭୧ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଛି। ଭାରତ ପ୍ରଥମ ଇଂନିସରେ ୨୭୩ ରନ୍‌ ସଂଗ୍ରହ କରିଥିଲା କିନ୍ତୁ ପ୍ରଥମ ଇନିଂସରେ ଇଂଲଣ୍ଡ ସମସ୍ତ ଓ୍ଵିକେଟ୍‌ ହରାଇ ୨୪୬ ରନ୍‌ ଯୋଡ଼ିଥିଲା। ୪ର୍ଥ ଇନିଂସରେ ଭାରକୁ ଏହି ଟେଷ୍ଟ ଜିତିବା ପାଇଁ ୨୪୫ ରନ୍‌ ଆବଶ୍ୟକ ଅଛି। ସାଉଥମ୍ପଟନରେ ୫ ଟେଷ୍ଟ ମ୍ୟାଚର ୪ର୍ଥ ମୁକାବିଲାର ରବିବାର ୪ର୍ଥ ଦିନ ଖେଳ ଜାରି ରହିଛି। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୩ଟି ଓ୍ଵିକେଟ୍‌ ହରାଇ ୨୨ ରନ୍‌ ଯୋଡ଼ିଥିବା ବେଳେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଓ ଆଜିଙ୍କ୍ୟ ରାହାଣେ କ୍ରିଜ୍‌ରେ ଅଛନ୍ତି।

ଏହା ପୂର୍ବରୁ ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଚେତେଶ୍ୱର ପୂଜାରା ୫ ରନ୍‌ କରି ଜେମସ୍‌ ଆଣ୍ଡରସନ୍‌ଙ୍କ ବଲ୍‌ରେ ଏଲ୍‌ବିଡବ୍ଲୁ ହୋଇଛନ୍ତି। ସେହିପରି ଓପନର ଲୋକେଶ ରାହୁଲ ଷ୍ଟୁଆର୍ଟ ବ୍ରୋଡ଼ଙ୍କ ଦ୍ୱାରା ବୋଲ୍ଡ ହୋଇଛନ୍ତି। ଧାଓ୍ଵନ୍‌ ୨୯ଟି ବଲ୍‌ ଖେଳି ୧୭ ରନ୍‌ ଯୋଡ଼ିଛନ୍ତି। ସେ ଆଣ୍ଡରସନ୍‌ଙ୍କ ବଲ ବେନ୍‌ ଷ୍ଟୋକସ୍‌କୁ କ୍ୟାଚ ଦେଇ ଆଉଟ୍‌ ହୋଇଛନ୍ତି।

ଇଂଲଣ୍ଡ ପକ୍ଷରୁ ଜୋସ୍‌ ବଟଲର୍‌ ସର୍ବାଧିକ ୬୯ ରନ୍‌ ସଂଗ୍ରହ କରିଛନ୍ତି। ଅଧିନାୟକ ଜୋଏ ରୁଟ୍‌ ୪୮ ରନ୍‌ ସଂଗ୍ରହ କରିଥିଲେ। କେତନ ଜେନିଙ୍ଗସ୍‌ ୩୬ ରନ୍‌ ଯୋଡ଼ିଥିବା ବେଳେ ବେନ୍‌ ଷ୍ଟୋକସ୍‌ ୩୦ ରନ୍‌ ସଂଗ୍ରହ କରିଥିଲେ। ଜନି ବେୟାରଷ୍ଟୋ ଖାତା ଖୋଲି ନପାରି ପାଭଲିଅନ୍‌ ଫେରି ଆସିଥିଲେ।

୨ୟ ଇନିଂସରେ ଇଂଲଣ୍ଡ ୩ୟ ଓ୍ଵିକେଟ ଭାବରେ ଜେନିଙ୍ଗସ୍‌ଙ୍କୁ ହରାଇଥିଲା। ସେତେବେଳକୁ ସ୍କୋର ୯୨ ରନ୍‌ ଥିଲା। ଦଳୀୟ ସ୍କୋର ୯୨ ରନ୍‌ରେ ମଧ୍ୟ ବେୟାରଷ୍ଟୋ ଆଉଟ୍‌ ହୋଇଥିଲେ। ୧୨୨ ରନ୍‌ରେ ରୁଟ୍‌, ୧୭୮ ରନ୍‌ରେ ବେନ୍‌ ଷ୍ଟୋକସ୍‌ ଓ ୨୩୩ ରନ୍‌ରେ ବଟଲର୍‌ ଆଉଟ୍‌ ହୋଇଥିଲେ। ଓପନ୍‌ର ଆଲିଷ୍ଟର କୁକ୍‌ଙ୍କ ପରେ ମୋଇନ୍‌ ଅଲି ଆଉଟ୍‌ ହୋଇ ପାଭ୍‌ଲିଅନ୍‌ ଫେରି ଆସିଥିଲେ। ଆଜି ଖେଳ ଆରମ୍ଭରୁ ଇଂଲଣ୍ଡ କୁକ୍‌(୧୨)ଙ୍କୁ ହରାଇଥିଲା। କୁକ୍‌ ୩୯ଟି ବଲ୍‌ ଖେଳି ଯଶପ୍ରୀତ ବୁମରାଙ୍କ ବଲ୍‌ କେଏଲ୍‌ ରାହୁଲଙ୍କୁ କ୍ୟାଚ୍‌ ଦେଇଥିଲେ। ଭାରତର ୨ୟ ଶିକାର ହୋଇଛନ୍ତି ମୋଇନ୍‌ ଅଲି(୯)। ମୋଇନ୍‌ ୧୫ଟି ବଲ୍‌ରୁ ଏହି ରନ୍‌ ସଂଗ୍ରହ କରି ଈଶାନ୍ତ ଶର୍ମାଙ୍କ ରାହୁଲଙ୍କୁ କ୍ୟାଚ ଦେଇଥିଲେ।

ଭାରତୀୟ ବୋଲର ମହମ୍ମଦ ସାମିଙ୍କୁ ୩, ଈଶାନ୍ତ ଶର୍ମାଙ୍କୁ ୨ ଓ୍ଵିକେଟ୍‌ ମିଳିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ଓ ଯଶପ୍ରୀତ ବୁମରାଙ୍କୁ ୧-୧ ଓ୍ଵିକେଟ୍‌ ମିଳିଛି।

ଚେତେଶ୍ୱର ପୂଜାରାଙ୍କ ୧୫ତମ ଶତକ ବଳରେ ଭାରତ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଇନିଂସରେ ୮୪.୫ ଓଭର ଖେଳି ସମସ୍ତ ଓ୍ଵିକେଟ୍‌ ହରାଇ ୨୭୩ ରନ୍‌ ସଂଗ୍ରହ କରିଥିଲା। ଭାରତ ପ୍ରଥମ ଇନିଂସ ଆଧାରରେ ୨୭ ରନ୍‌ରେ ଅଗ୍ରଣୀ ଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.