ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଛି ୫୦୪ଟି ପଦକ, ଗୋଲଡ୍‌କୋଷ୍ଟରେ ୬୬

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଗୋଲଡ୍‌କୋଷ୍ଟ ଠାରେ ୧୨ ଦିବସୀୟ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରବିବାର ଉଦ୍‌ଯାପନ ହୋଇଯାଇଛି। ଏଥିରେ ଭାରତକୁ ୨୬ଟି ସ୍ୱର୍ଣ୍ଣ ପଦକ ସହିତ ୬୬ଟି ପଦକ ମିଳିଛି। ଏଥି ସହିତ ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ବିଭିନ୍ନ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ୫୦୪ଟି ପଦକ ମିଳିଛି। ପଦକ ତାଲିକାରେ ଭାରତ ୫ମ ସ୍ଥାନ ଅଧିକାର କରିଛି।

 

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଷ୍ଟ୍ରେଲିଆ ୯୩୨ଟି ସ୍ୱର୍ଣ୍ଣ ପଦକ ସହିତ ୨୪୧୬ଟି ପଦକ ପାଇ ତାଲିକାର ଶୀର୍ଷରେ ରହିଛି। ଇଂଲଣ୍ଡର ଖାତାରେ ୭୧୪ ସ୍ୱର୍ଣ୍ଣ ପଦକ ସହିତ ସମୁଦାୟ ୨୧୪୪ଟି ପଦକ। ସେହିଭଳି କାନାଡା ୪୮୪ଟି ସ୍ୱର୍ଣ୍ଣ ପଦକ ସମେତ ୧୫୫୫ ପଦକ ମିଳିଥିବା ବେଳେ ଭାରତ ୧୮୧ଟି ସ୍ୱର୍ଣ୍ଣ ପଦକ ସମେତ ୫୦୪ଟି ପଦକ ଜିତିଛି। ସେହିପରି ନ୍ୟୁଜିଲାଣ୍ଡ ୧୫୯ଟି ସ୍ୱର୍ଣ୍ଣ ପଦକ ସମେତ ୬୫୫ଟି ପଦକ ହାସଲ କରିଛି। ଭାରତ ତୁଳନାରେ ନ୍ୟୁଜିଲାଣ୍ଡ କମ ସଂଖ୍ୟାରେ ସ୍ୱର୍ଣ୍ଣ ପଦକ ଜିତିଛି କିନ୍ତୁ ସମୁଦାୟ ପଦକ ମାମଲାରେ ନ୍ୟୁଜିଲାଣ୍ଡ ୧୫୧ଟି ପଦକ ଭାରତ ଠାରୁ ଅଧିକ ହାସଲ କରିଛି।

ଗୋଲଡ୍‌କୋଷ୍ଟରେ ଭାରତକୁ ୬୬ଟି ପଦକ

୧) ତୀରନ୍ଦାଜି ୧୬: ୭ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ, ୫ଟି କାଂସ୍ୟ
୨) କୁସ୍ତୀ ୧୨: ୫ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ, ୪ଟି କାଂସ୍ୟ
୩) ଭାରୋତ୍ତଳନ ୯: ୫ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ, ୨ଟି କାଂସ୍ୟ
୪) କୁସ୍ତିଯୁଦ୍ଧ: ୯: ୩ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ, ୩ଟି କାଂସ୍ୟ
୫) ଟେବୁଲ ଟେନିସ ୮ : ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ, ୩ଟି କାଂସ୍ୟ
୬) ବ୍ୟାଡମିଣ୍ଟନ ୬: ୨ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ, ଗୋଟିଏ କାଂସ୍ୟ
୭) ଦୌଡ଼କୁଦ ୩: ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ଗୋଟି କାଂସ୍ୟ
୮) ରକବୀ ୨: ୨ଟି ରୌପ୍ୟ ପଦକ
୯) ପାରା ପାଓ୍ଵାରଲିଫଟ୍‌ିଙ୍ଗ ୧: ଗୋଟିଏ କାଂସ୍ୟ ପଦକ

ସମ୍ବନ୍ଧିତ ଖବର