ଏସୀୟ ରଗ୍‌ବି ପାଇଁ ଭାରତୀୟ ଦଳରେ ୭ ଓଡ଼ିଆ

ଭୁବନେଶ୍ବର: ଫିଲିପାଇନ୍ସର ମାନିଲାଠାରେ ଜୁନ୍‌ ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏସୀୟ ରଗ୍‌ବି (୧୫ ଜଣିଆ) ମହିଳା ପ୍ରତିଯୋଗିତା ଲାଗି ଭାରତୀୟ ଦଳ ଘୋଷିତ ହୋଇଛି। ଏହି ଦଳରେ ୭ ଜଣ ଖେଳାଳି ସ୍ଥାନ ପାଇଛନ୍ତୁ ଏବଂ ସମସ୍ତେ କିସ୍ ଛାତ୍ରୀ। ଏହି ଖେଳାଳିମାନେ ‌ହେଲେ-ମୀରାରାଣୀ ହେମ୍ବ୍ରମ୍‌, ରଜନୀ ଶବର, ଲକ୍ଷ୍ମୀପ୍ରିୟା ସାହୁ, ପାର୍ବତୀ କିସ୍କୁ, ହୁପି ମାଝୀ, ସୁମିତ୍ରା ନାୟକ ଏବଂ ଶୁଭଲକ୍ଷ୍ମୀ ବାରିକ। ମହାରାଷ୍ଟ୍ରର ଭାବିଜ ଭାରୁଚା ନେତୃତ୍ବ ନେବେ। ଏହି ଖେଳାଳିମାନଙ୍କୁ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ଏବଂ କ୍ରୀଡ଼ା ଅଧିକାରୀ ରୁ‌ଦ୍ରକେଶ ଜେନା ପ୍ରମୁଖ ଖେଳାଳିମାନଙ୍କୁ ଶୁଭକାମନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର