କଲମ୍ବୋ: ନିଶାଶକ୍ତ ହୋଇ ଗାଡ଼ି ଚଳାଇବା ଅଭିଯୋଗରେ ଗିରଫ ହୋଇ ପରେ ଜାମିନରେ ଛାଡ଼ ପାଇଥିବା ଶ୍ରୀଲଙ୍କା ଟେଷ୍ଟ କ୍ରିକେଟ୍ ଦଳର ଅଧିନାୟକ ଦିମୁଥ କରୁଣାରତ୍ନେଙ୍କୁ ସିଂହଳୀ କ୍ରିକେଟ୍ ବୋର୍ଡ ୭୫୦୦ ଡଲାର ଆର୍ଥିକ ଜରିମାନା ଦଣ୍ଡ ଦେଇଛି। ଯାହାକି ସେ ଗୋଟିଏ ଟେଷ୍ଟ୍ରୁ ପାଇବାକୁ ଥିବା ମ୍ୟାଚ୍ ପାଉଣା ସହ ସମାନ। ଖେଳାଳିଙ୍କ ଚୁକ୍ତି ଉଲଂଘନ ଅଭିଯୋଗରେ ସିଂହଳୀ ବୋର୍ଡ ଏହି ଦଣ୍ଡାଦେଶ ଶୁଣାଇଛି। ବିଶ୍ବକପ୍ ଭଳି ଏକ ବୃହତ୍ ପ୍ରତିଯୋଗିତା ପାଇଁ ଆମେ ପ୍ରସ୍ତୁତି ଚଳାଇଥିଲା ବେଳେ ଖେଳାଳିଙ୍କ ଏପରି ହୀନ କାର୍ଯ୍ୟକଳାପକୁ ବରଦାସ୍ତ କରାଯାଇପାରିବ ନାହିଁ ବୋଲି ଦଣ୍ଡାଦେଶ ଶୁଣାଇବା ବେଳେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସଂପାଦକ ମୋହନ ଡି ସିଲ୍ଭା ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ଗତ ରବିବାର କଲମ୍ବୋର ବୋରେଲା ଅଞ୍ଚଳରେ କରୁଣାରତ୍ନେ ନିଜ କାରକୁ ଏକ ଅଟୋରିକ୍ସା ପଛରେ ପିଟି ଦେଇଥିଲେ। ଏଥିରେ ଅଟୋରିକ୍ସାର ଚାଳକ ଗୁରୁତର ଆହତ ହୋଇଥିଲେ। ଏହି ମାମଲାରେ କରୁଣାରତ୍ନେଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ କରିଦିଆଯାଇଛି।
କରୁଣାରତ୍ନେଙ୍କୁ ୭୫୦୦ ଡଲାର ଜରିମାନା
/sambad/media/post_attachments/wp-content/uploads/2019/04/Dimuth-Karunaratne-380-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)