‘ଏ’ ଟେଷ୍ଟ୍‌ ଅମୀମାଂସିତ

ମାଉଣ୍ଟ୍‌ ମଙ୍ଗନୁଇ: ଭାରତ ଏ-ନ୍ୟୁଜିଲାଣ୍ଡ୍‌ ଏ ପ୍ରଥମ ଅଣଆନୁଷ୍ଠାନିକ ଟେଷ୍ଟ୍‌ ଅମୀମାଂସିତ ରହିଛି। ମ୍ୟାଚ୍‌ରେ ଭାରତ ପ୍ରଥମ ପାଳିରେ ୫ ଜଣଙ୍କ ଅର୍ଧଶତକ ବଳରେ ୪୬୭/୮ କରିଥିଲା। ଜବାବରେ ହାମିସ୍‌ ରଦରଫୋର୍ଡ (୧୧୪)ଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡ୍‌ ୯ ୱି‌କେଟ୍‌ ହରାଇ ୪୫୮/୯ ରନ୍‌ କରି ଦୃଢ଼ ଜବାବ ଦେଇଥିଲା। ଦ୍ବିତୀୟ ପାଳିରେ ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ଭଲ ଖେଳିଥିଲେ। ପୃଥ୍ବୀ ସ (୫୦), ମୁରଲୀ ବିଜୟ (୬୦) ଏବଂ ହନୁମା ବିହାରୀ (୫୦*) ଅର୍ଧଶତକ ହାସଲ କରିଥିଲେ। ମୟଙ୍କ ଅଗ୍ରୱାଲ୍ ୪୨ ରନ୍‌ରେ ଆଉଟ୍‌ ହୋଇଥିଲା ବେଳେ ଚତୁର୍ଥ ଦିନର ଷ୍ଟମ୍ପ୍‌ ଅପସାରଣ ବେଳକୁ ଅଧିନାୟକ ଅଜିଙ୍କ୍ୟ ରାହାଣେ (୪୧*) ହନୁମାଙ୍କ ସହ ଅପରାଜିତ ରହିଥିଲେ।

ସମ୍ବନ୍ଧିତ ଖବର