‘ଏ’ ଟେଷ୍ଟ୍‌ ଶୃଙ୍ଖଳା: ଈଶ୍ବରନ୍‌, ପାଞ୍ଚାଲଙ୍କ ଶତକ ବଳରେ ଭାରତ ଦୃଢ଼

ବେଲ୍‌ଗାମ: ଏଠାରେ ଶନିବାରଠୁ ଆରମ୍ଭ ହୋଇଥିବା ଶ୍ରୀଲଙ୍କା ‘ଏ’ ବିପକ୍ଷ ଦୁଇ ଟିକିଆ ଟେଷ୍ଟ୍‌ (୪ ଦିନିଆ) ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଭାରତ ‘ଏ’ ଦୃଢ଼ ସ୍ଥିତିରେ ରହିଛି। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଅଭିମନ୍ୟୁ ଈଶ୍ବରନ୍‌ (୧୮୯*, ୨୫୦ ବଲ୍‌, ୧୭ ଚୌକା, ୩ ଛକା) ଏବଂ ଅଧିନାୟକ ପ୍ରିୟଙ୍କ ପାଞ୍ଚାଲ (୧୬୦, ୨୬୧ ବଲ୍‌, ୯ ଚୌକା, ୨ ଛକା)ଙ୍କ ତ୍ରିଶତକୀୟ ଭାଗିଦାରୀ ବଳରେ ପ୍ରଥମ ଦିନ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଭାରତ ୩୭୬/୧ କରିଛି। ଦଳୀୟ ସ୍କୋର୍‌ ୩୫୨ ଥିଲା ବେଳେ ପାଞ୍ଚାଲଙ୍କୁ ୱିକେଟ୍‌ରକ୍ଷକ ନିରୋଶାନ ଡିକ୍‌ୱାଲାଙ୍କ ହାତରେ କ୍ୟାଚ୍‌ କରାଇ ବିଶ୍ବ ଫର୍ନ‌ାଣ୍ଡୋ ଭ‌ାରତକୁ ପ୍ରଥମ ଝଟ୍‌କା ଦେଇଥିଲେ। ‌ଆଉଟ୍‌ ‌ହେବା ବେଳକୁ ପାଞ୍ଚାଲ ନିଜର ୨୧ତମ ପ୍ରଥମ ଶ୍ରେଣୀ ଶତକ ହାସଲ କରିନେଇଥିଲେ। ଶନିବାରର ଷ୍ଟମ୍ପ୍‌ ଅପସାରଣ ବେଳକୁ ଜୟନ୍ତ ଯାଦବ (୬*)ଙ୍କ ସହ ଈଶ୍ବରନ୍‌ କ୍ରିଜ୍‌ରେ ରହିଛନ୍ତି। ଭାରତ ଗସ୍ତରେ ଥିବା ଶ୍ରୀଲଙ୍କା ୨୨ ଦିନ ରହଣୀ ମଧ୍ୟରେ ୨ଟି ଟେଷ୍ଟ୍‌ ଏବଂ ୫ ଦିନିକିଆ ଖେଳିବ।

ସଂକ୍ଷିପ୍ତ ସ୍କୋର୍‌: ଭାରତ ‘ଏ’ ୮୭ ଓଭରରେ ୩୭୬/୧ (ଅଭିମନ୍ୟୁ ଈଶ୍ବରନ୍‌ ୧୮୯*, ପ୍ରିୟଙ୍କ ପାଞ୍ଚାଲ ୧୬୦, ଜୟନ୍ତ ଯାଦବ ୬*, ବିଶ୍ବ ଫର୍ନାଣ୍ଡୋ ୧/୬୪)।

ସମ୍ବନ୍ଧିତ ଖବର