‘କ୍ୟାପ୍‌ଟେନ୍‌ କୁଲ୍‌’ ଧୋନି କଲେ ଖୁଲାସା; କେମିତି ମାରନ୍ତି ଲମ୍ବା ଛକ୍କା…

ଚେନ୍ନାଇ: ଆଇପିଏଲ୍‌ର ଚଳିତ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ୍‌ର ଅଧିନାୟକ ‘କ୍ୟାପ୍‌ଟେନ୍‌ କୁଲ୍‌’ ମହେନ୍ଦ୍ର ସିଂହ ଧୋନି ଏଯାବତ୍‌ ୧୦ଟି ମ୍ୟାଚ ଖେଳି ମାରିଛନ୍ତି ସର୍ବାଧିକ ୨୭ଟି ଛକ୍କା। ଆଇପିଏଲ୍‌ର ଚଳିତ ସଂସ୍କରଣରେ ଆଉ ଅନ୍ୟ କୌଣସି ଦଳର କେହି ବି ବ୍ୟାଟସ୍‌ମ୍ୟାନ୍‌ ଏତେ ସଂଖ୍ୟକ ଛକ୍କା ମାରିବାରେ ସମର୍ଥ ହୋଇପାରି ନାହାନ୍ତି। ଧୋନି ମଧ୍ୟ ଆଇପିଏଲ୍‌ର ଚଳିତ ସଂସ୍କରଣରେ ୧୦୮ମିଟର ଦୂରତାକୁ ଦ୍ୱିତୀୟ ସର୍ବବୃହତ ଛକ୍କା ମାରି ଏକ ଅନନ୍ୟ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି।

ତେବେ, ‘କ୍ୟାପ୍‌ଟେନ୍‌ କୁଲ୍‌’ ମହେନ୍ଦ୍ର ସିଂହ ଧୋନି ଅତ୍ୟନ୍ତ ସଫଳତା ପୂର୍ବକ କେମିତି ମାରନ୍ତି ଏତେ ପରିମାଣର ଲମ୍ବା ଛକ୍କା? କ’ଣ ରହିଛି ଏହା ପଛର ରହସ୍ୟ? ଏହି ରହସ୍ୟର ଉତ୍ତର ଜାଣିବାକୁ ସବୁ କ୍ରିକେଟ ପ୍ରେମୀ ଉତ୍କଣ୍ଠିତ ଥିବା ଖୋଦ୍‌ ‘କ୍ୟାପ୍‌ଟେନ୍‌ କୁଲ୍‌’ ମହେନ୍ଦ୍ର ସିଂହ ଧୋନି ଉଠାଇଛନ୍ତି ଏହି ରହସ୍ୟ ଉପରୁ ପରଦା।


ଗତ ବୁଧବାର ସନ୍ଧ୍ୟାରେ ‘କ୍ୟାପ୍‌ଟେନ୍‌ କୁଲ୍‌’ ମହେନ୍ଦ୍ର ସିଂହ ଧୋନି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅବସରରେ ତାଙ୍କର ଜଣେ ପ୍ରଶଂସକ ତାଙ୍କୁ ପ୍ରଶ୍ନ କରିଥିଲେ, ‘ଆପଣ ଏତେ ସଂଖ୍ୟାରେ, ଏତେ ଲମ୍ବା ଛକ୍କା କେମିତି ମାରନ୍ତି?’ ପ୍ରଶ୍ନକର୍ତ୍ତାଙ୍କର ଏ ପ୍ରଶ୍ନ ଶୁଣିବା ପରେ ମୁରୁକି ହସି କିଛି କ୍ଷଣ ନିରବ ରହିବା ପରେ ‘କ୍ୟାପ୍‌ଟେନ୍‌ କୁଲ୍‌’ ଧୋନି ହିନ୍ଦୀରେ କହିଥିଲେ, ‘ଆଁଖ୍‌ ବନ୍ଦ୍‌ କରୋ, ବଲ୍ଲା ଉପର୍‌ କରୋ, ଭଗବାନ୍‌ କା ନାମ ଲୋ ଔର୍‌ ମାର୍‌ ଦୋ’ (ଆଖି ବନ୍ଦ କରେ, ବ୍ୟାଟ୍‌ ଉପରକୁ କରେ, ଭାଗବାନଙ୍କ ନାମ ନିଏ ଆଉ ମାରି ଦିଏ)।

ସମ୍ବନ୍ଧିତ ଖବର